ନୂଆଦିଲ୍ଲୀ: ଦିଲ୍ଲୀରେ ମଧ୍ୟ ‘ଆଣ୍ଟି-ରୋମିଓ ସ୍କ୍ୱାଡ୍’ ଗଠନ ହେବା ଦରକାର। ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଶନିବାର ଏପରି ଦାବି କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ମହିଳା ବିରୋଧୀ ଅପରାଧ ରୋକିବା ପାଇଁ ତାଙ୍କ ରାଜ୍ୟରେ ଏହି ସ୍କ୍ୱାଡ୍ ଗଠନ କରିଛନ୍ତି।
ଶ୍ରୀ ତିୱାରୀ କହିଛନ୍ତି, "ଏହା ଭଲ ପଦକ୍ଷେପ। ଉତ୍ତରପ୍ରଦେଶରେ ଏହା ପୁଣି ଆରମ୍ଭ ହେଉଥିବାରୁ ମୁଁ ଖୁସି। ଏହା ମହିଳାଙ୍କ ହିତ ପାଇଁ ହୋଇଥିବାରୁ ଦିଲ୍ଲୀରେ ମଧ୍ୟ ଏହାକୁ ସ୍ୱାଗତ କରାଯିବା ଦରକାର।" ସେ ଆହୁରି କହିଛନ୍ତି, "ଦିଲ୍ଲୀ ଲୋକେ ସାଧାରଣ ନିର୍ବାଚନରେ ଆମକୁ ଶତପ୍ରତିଶତ ସମର୍ଥନ ଦେଇଛନ୍ତି।
ଆମ ପାଇଁ କିନ୍ତୁ ଆଗକୁ ଏମିତି ଅନେକ ଆହ୍ୱାନ ଆସିବ। ଗତ ୨୧ ବର୍ଷରେ ଦିଲ୍ଲୀ ଉପରେ ଯଥେଷ୍ଟ ଦୃଷ୍ଟି ଦିଆଯାଇନି। ଏହି ସବୁ କାମ ନକରିବା ଯାଏ ଆମେ ବିଜୟ ଉତ୍ସବ ପାଳିବୁନି।"