କୃଷି ଆଇନକୁ ଚିରି ଥିବାରୁ କେଜ୍ରିଙ୍କ ନାଁରେ ପୁଲିସ୍‌ରେ ଅଭିଯୋଗ କଲା ବିଜେପି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିଜେପି ଓ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି ବିରୋଧରେ ଟକରାଟକରି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ଚିରି ଫୋପାଡ଼ି ଦେଇଥିଲେ। କେଜ୍ରିୱାଲଙ୍କ ଏଭଳି ଆଚରଣକୁ ଦିଲ୍ଲୀ ବିଜେପି ୟୁନିଟ ବିରୋଧ କରିଛି। ଏଥିପାଇଁ ଆଜି ବିଜେପି କେଜ୍ରିୱାଲଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛି। ବିଧାନସଭାରେ କୃଷି ଆଇନକୁ ଚିରି କେଜ୍ରିୱାଲ ଚାଷୀ ଆନ୍ଦୋଳନକୁ ଉସକାଇବାକୁ […]

ff

Hemant Lenka
  • Published: Friday, 18 December 2020
  • , Updated: 18 December 2020, 06:58 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିଜେପି ଓ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି ବିରୋଧରେ ଟକରାଟକରି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ଚିରି ଫୋପାଡ଼ି ଦେଇଥିଲେ।

କେଜ୍ରିୱାଲଙ୍କ ଏଭଳି ଆଚରଣକୁ ଦିଲ୍ଲୀ ବିଜେପି ୟୁନିଟ ବିରୋଧ କରିଛି। ଏଥିପାଇଁ ଆଜି ବିଜେପି କେଜ୍ରିୱାଲଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛି। ବିଧାନସଭାରେ କୃଷି ଆଇନକୁ ଚିରି କେଜ୍ରିୱାଲ ଚାଷୀ ଆନ୍ଦୋଳନକୁ ଉସକାଇବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଛି।

ଦିଲ୍ଲୀ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅଭିଷେକ ଦୁବେ ତାଙ୍କ ଅଭିଯୋଗରେ କହିଛନ୍ତି, “ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ତୀବ୍ର କରିବା ପାଇଁ କେଜ୍ରିୱାଲ ଷଡ଼ଯନ୍ତ୍ର କରୁଛନ୍ତି। ସେ ସହରରେ ଦଙ୍ଗା କରିବାକୁ ବି ଉଦ୍ୟମ କରୁଛନ୍ତି। ଡିସେମ୍ବର ୧୭ରେ ସେ ଦିଲ୍ଲୀର ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିଥିଲେ।

ଏଠାରେ ବିତର୍କ ଚାଲିଥିବା ବେଳେ ସେ ସମ୍ବିଧାନରେ ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରି କୃଷି ଆଇନର କପିକୁ ଚିରି ଦେଇଥିଲେ। ଚାଷୀଙ୍କୁ ଉସାଇକାଇ ଦିଲ୍ଲୀରେ ଦଙ୍ଗା କରିବା ହିଁ ଏହା ପଛର ମୁଖ୍ୟ କାରଣ। ଦିଲ୍ଲୀ ପୁଲିସ୍‌ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କେଜ୍ରିୱାଲଙ୍କ ନାଁରେ ଏଫଆଇଆର ରୁଜୁ କରୁ।”

Related story