‘ଜେଡିଏସ୍‌ ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନି, ଆମେ ୧୧୨ରୁ ଅଧିକ ଆସନ ଜିତିବୁ’

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ଅନେକ ବୈଦ୍ୟୁତିକ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ବିଜେପି ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କେଉଁଥିରେ ବିଜେପି ୧୦୪ଟି ଆସନରେ ଆଗୁଆ ରହିଥିବା ବେଳେ କେଉଁଥିରେ ୧୧୨ଟିରୁ ଅଧିକ ଆସନରେ ଦଳ ଆଗୁଆ ରହିଛି। କଂଗ୍ରେସ ୭୦ ଆସନରେ ଆଗୁଆ ଥିବା ବେଳେ ଜେଡିଏସ୍ ୪୮ଟି ଆସନରେ ଆଗୁଆ ରହିଛି। ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ସଦାନନ୍ଦ ଗୌଡ଼ା କହିଛନ୍ତି […]

kkkk

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 10:29 AM IST

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ଅନେକ ବୈଦ୍ୟୁତିକ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ବିଜେପି ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କେଉଁଥିରେ ବିଜେପି ୧୦୪ଟି ଆସନରେ ଆଗୁଆ ରହିଥିବା ବେଳେ କେଉଁଥିରେ ୧୧୨ଟିରୁ ଅଧିକ ଆସନରେ ଦଳ ଆଗୁଆ ରହିଛି। କଂଗ୍ରେସ ୭୦ ଆସନରେ ଆଗୁଆ ଥିବା ବେଳେ ଜେଡିଏସ୍ ୪୮ଟି ଆସନରେ ଆଗୁଆ ରହିଛି।

ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ତାଙ୍କ ଦଳ ଜେଡିଏସ୍‌ ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ। କାରଣ ବିଜେପି ଏକୁଟିଆ ସଂଖ୍ୟାଗରିଷ୍ଠତା ହାସଲ କରି ନେବ। ଦଳ ୧୧୨ଟି ଆସନ ପାଇସାରିଲୁଣି।

ସୂଚନାଯୋଗ୍ୟ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଠନ କରିବା ପାଇଁ ୧୧୨ଟି ଆସନରେ ବିଜୟ ହାସଲ କରିବା ଜରୁରୀ।

Related story