ଏମପିରେ ସରକାର ଗଢ଼ିବା ପାଇଁ ବିଜେପିର ପ୍ରସ୍ତୁତି!

ଭୋପାଲ: ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ୨୨ କଂଗ୍ରେସ ବିଧାୟକ ଦଳ ଓ ପଦବୀ ଛାଡ଼ିବା ପରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। କଂଗ୍ରେସର ୨୨ ବିଧାୟକ ଦଳ ଛାଡ଼ିବା ପରେ ବିଜେପି ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ବିଜେପି ନେତା ଗୋପାଲ ଭାର୍ଗବ, ନରୋତ୍ତମ ମିଶ୍ର ସମେତ ଦଳର ଅନ୍ୟ ନେତା ବାଚସ୍ପତି ଏନପି ପ୍ରଜାପତିଙ୍କୁ ଭେଟି ୧୯ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ବିଜେପି ବିଧାୟକଭେଟିବା ପରେ ବାଚସ୍ପତି କହିଛନ୍ତି […]

bjp_speaker

bjp_speaker

Subhransu Sekhar
  • Published: Tuesday, 10 March 2020
  • Updated: 10 March 2020, 08:06 PM IST

Sports

Latest News

ଭୋପାଲ: ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ୨୨ କଂଗ୍ରେସ ବିଧାୟକ ଦଳ ଓ ପଦବୀ ଛାଡ଼ିବା ପରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। କଂଗ୍ରେସର ୨୨ ବିଧାୟକ ଦଳ ଛାଡ଼ିବା ପରେ ବିଜେପି ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ବିଜେପି ନେତା ଗୋପାଲ ଭାର୍ଗବ, ନରୋତ୍ତମ ମିଶ୍ର ସମେତ ଦଳର ଅନ୍ୟ ନେତା ବାଚସ୍ପତି ଏନପି ପ୍ରଜାପତିଙ୍କୁ ଭେଟି ୧୯ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି।

ବିଜେପି ବିଧାୟକଭେଟିବା ପରେ ବାଚସ୍ପତି କହିଛନ୍ତି ଆଇନ ଅନୁଯାୟୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ରାଜ୍ୟପାଳ ରାଜ୍ୟ ରାଜନୀତି ଉପରେ ନଜର ରଖିଥିବା ଜଣାପଡ଼ିଛି। ରାଜ୍ୟପାଳ ଏବେ ଲକ୍ଷ୍ନୌରେ ରହିଛନ୍ତି। ୧୨ ମାର୍ଚ୍ଚରେ ସେ ଭୋପାଳ ଆସିବେ ବୋଲି ଜଣାପଡ଼ିଛି। ତେବେ ରାଜ୍ୟପାଳ ଆଇନ ବାବଦରେ ପରାମର୍ଶ ନେଉଥିବା ସୂଚନା ରହିଛି।

ସରକାର ଗଢ଼ିବା ନେଇ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ସେ ବାବଦରେ ଦଳୀୟ ନେତାଙ୍କ ସହ ବୈଠକ ହେଉଛି ବୋଲି ଶିବରାଜ ସିଂହ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos