ବିଜେପିକୁ ଝଟକା: ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ଇଟାନଗର: ଉତ୍ତରାଖଣ୍ଡ  ପରେ  ଅରୁଣାଚଳ ପ୍ରଦେଶରେ ବିଜେପିକୁ  ଝଟକା ଲାଗଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବାକୁ ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ନବାବ ତୁକି ସରକାରଙ୍କୁ ହଟାଇ ବିଜେପି ସମର୍ଥନରେ କିଛି ବିଦ୍ରୋହୀ କଂଗ୍ରେସ ବିଧାୟକ ସରକାର ଗଢ଼ିଥିଲେ। ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଗତ ଡିସେମ୍ବର ୧୫ରେ ରାଜ୍ୟର ରାଜନୈତିକ ସ୍ଥିତି ଯାହା ଥିଲା ଏବେ ସେହି ସ୍ଥିତି ରହିବ ବୋଲି କୋର୍ଟ ତାଙ୍କ […]

supreme-court

Rakesh Mallick
  • Published: Wednesday, 13 July 2016
  • , Updated: 13 July 2016, 03:28 PM IST

ଇଟାନଗର: ଉତ୍ତରାଖଣ୍ଡ  ପରେ  ଅରୁଣାଚଳ ପ୍ରଦେଶରେ ବିଜେପିକୁ  ଝଟକା ଲାଗଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବାକୁ ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ନବାବ ତୁକି ସରକାରଙ୍କୁ ହଟାଇ ବିଜେପି ସମର୍ଥନରେ କିଛି ବିଦ୍ରୋହୀ କଂଗ୍ରେସ ବିଧାୟକ ସରକାର ଗଢ଼ିଥିଲେ। ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଗତ ଡିସେମ୍ବର ୧୫ରେ ରାଜ୍ୟର ରାଜନୈତିକ ସ୍ଥିତି ଯାହା ଥିଲା ଏବେ ସେହି ସ୍ଥିତି ରହିବ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। କୋର୍ଟ ରାୟ ଫଳରେ ନବାବ ତୁକି ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ନିଶ୍ଟତ ହୋଇଛି। ତେବେ ତାଙ୍କୁ ବହୁମତ ପ୍ରମାଣ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ  କୋର୍ଟଙ୍କ ରାୟ ପରେ କଂଗ୍ରେସ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ତୀବ୍ର ସମାଲୋଚନା କରିଛି।

Related story