ମହାରାଷ୍ଟ୍ର ବିଜେପିରେ କନ୍ଦଳ! ଦଳ ଛାଡ଼ିବେ କି ପଙ୍କଜା ମୁଣ୍ଡେ?

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଶତ୍ରୁ ମିତ୍ର ସାଜିଥିବା ବେଳେ ବନ୍ଧୁ ଏଠି ବଇରୀ ସାଜିଛି। ଏହି ପରିବର୍ତ୍ତୀତ ରାଜନୀତିରେ ଆଉ ଏକ ପରିବର୍ତ୍ତନ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦେବେନ୍ଦ୍ର ଫଡନାବିସ ସରକାର କ୍ଷମତାଚ୍ୟୁତ ହେବା ପରେ ବିଜେପିରେ କନ୍ଦଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା […]

Pankaja

Subhransu Sekhar
  • Published: Sunday, 01 December 2019
  • , Updated: 01 December 2019, 05:47 PM IST

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଶତ୍ରୁ ମିତ୍ର ସାଜିଥିବା ବେଳେ ବନ୍ଧୁ ଏଠି ବଇରୀ ସାଜିଛି। ଏହି ପରିବର୍ତ୍ତୀତ ରାଜନୀତିରେ ଆଉ ଏକ ପରିବର୍ତ୍ତନ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦେବେନ୍ଦ୍ର ଫଡନାବିସ ସରକାର କ୍ଷମତାଚ୍ୟୁତ ହେବା ପରେ ବିଜେପିରେ କନ୍ଦଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ଏଭଳି କିଛି ଇଙ୍ଗିତ କରିଛନ୍ତି। ଆଗାମୀ ୮-୧୦ ଦିନ ମଧ୍ୟରେ ସେ ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ କକା ପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କୁ ପାଖରୁ ପଙ୍କଜା ହାରିଛନ୍ତି।

ନିଜ ଫେସବୁକ ଆକାଉଣ୍ଟରେ ପଙ୍କଜା ଲେଖିଛନ୍ତି, '୧୨ ଡିସେମ୍ୱର ବାପାଙ୍କର ଜନ୍ମଦିନ। ଏହି ଅବସରରେ ସମର୍ଥକଙ୍କୁ ଡାକିଛି। ସମର୍ଥକଙ୍କ ସହ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେବି'। ତେବେ ବିଜେପି ଏ ନେଇ କୌଣସି ପ୍ରତିକ୍ରିୟା ରଖିନି।

ଫଡନାବିସ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ପରଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଏନସିପିରୁ ତାଙ୍କ ଭାଇ ଧନଞ୍ଜୟ ମୁଣ୍ଡେ ପ୍ରାର୍ଥୀ ହୋଇ ତାଙ୍କୁ ୩୦ ହଜାରରୁ ଅଧିକ ଭୋଟରୁ ହରାଇଥିଲେ। ଧନଞ୍ଜୟ ତାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆଣିଥିଲେ। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ ଶାହ ପଙ୍କଜାଙ୍କ ପାଇଁ ପ୍ରଚାର କରିଥିଲେ।

ନିର୍ବାଚନ ପରେ ବିଜେପି ଫଡନାବିସଙ୍କ ନେତୃତ୍ୱରେ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ଏଠି ସରକାର ଗଢ଼ିଥିଲା। ଏହି ଅଳ୍ପ ଦିନର ସରକାର ଗଢିବା ପଛରେ ଅଜିତ ଓ ଫଡନାବିସଙ୍କ ମଧ୍ୟରେ ଯୋଗସୂତ୍ର ସାଜିଥିଲେ ଧନଞ୍ଜୟ। ଫଡନାବିସ ଦଳର ବିରୋଧୀ ତଥା ତାଙ୍କର ବିରୋଧୀକୁ ସରକାର ଗଢ଼ିବା ପାଇଁ ବିଶ୍ୱସ୍ତ ଭାବିବାକୁ ବୋଧହୁଏ ପଙ୍କଜା ସହଜରେ ଗ୍ରହଣ କରିପାରି ନାହାନ୍ତି। ସୂଚନାଯୋଗ୍ୟ, ଧନଞ୍ଜୟ ମଧ୍ୟ ପୂର୍ବରୁ ବିଜେପିରେ ଥିଲେ। ଦଳର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ସେ ଏନସିପିରେ ଯୋଗ ଦେଇଛନ୍ତି।

Related story