ଉପ ନିର୍ବାଚନ: ୫୮ଟି ବିଧାନସଭା ଆସନରୁ କିଏ ଆଗରେ?

ନୂଆଦିଲ୍ଲୀ: ଦେଶର ୧୧ଟି ରାଜ୍ୟରେ ୫୮ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ​​ବିଜେପି ୪୪ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ ମାତ୍ର ୯ଟି ଆସନରେ ଆଗୁଆ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମଧ୍ୟପ୍ରଦେଶରେ ୨୮ଟି ଆସନରୁ ବିଜେପି ୨୧ଟି ଆସନରେ ଆଗୁଆ ରହିଛି। ବିଜେପି ଏଠାରେ ସରକାରରେ ରହିବାକୁ ହେଲେ ଅତି କମରେ ୮ଟି ଆସନରେ ବିଜୟୀ ହେବା ଆବଶ୍ୟକ। ଏଥିସହିତ ଗୁଜୁରାଟରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା କାରଣରୁ […]

BJP CONGRESS

BJP CONGRESS

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 04:42 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୧୧ଟି ରାଜ୍ୟରେ ୫୮ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ​​ବିଜେପି ୪୪ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ ମାତ୍ର ୯ଟି ଆସନରେ ଆଗୁଆ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମଧ୍ୟପ୍ରଦେଶରେ ୨୮ଟି ଆସନରୁ ବିଜେପି ୨୧ଟି ଆସନରେ ଆଗୁଆ ରହିଛି। ବିଜେପି ଏଠାରେ ସରକାରରେ ରହିବାକୁ ହେଲେ ଅତି କମରେ ୮ଟି ଆସନରେ ବିଜୟୀ ହେବା ଆବଶ୍ୟକ। ଏଥିସହିତ ଗୁଜୁରାଟରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା କାରଣରୁ ଖାଲି ଥିବା ସମସ୍ତ ୮ଟି ଆସନରେ ବିଜେପି ଆଗୁଆ ରହିଛି।

ମଣିପୁରରେ ୫ଟି ଆସନ ପାଇଁ ଉପନିର୍ବାଚନ ହୋଇଛି। ଏହି ବିଧାନସଭା ଉପନିର୍ବାଚନରେ ବିଜେପି ୨ଟି ଆସନରେ ବିଜୟୀ ହୋଇଛି। ଅନ୍ୟ ଦୁଇଟିରେ ଆଗୁଆ ରହିଛି। ତେବେ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ବିଜୟୀ ହୋଇଥିବା ସୂଚନା ରହିଛି।

ହରିଆଣାରେ କଂଗ୍ରେସ ପ୍ରାର୍ଥୀ ଇନ୍ଦୁ ରାଜ ନରୱାଲ ବରୋଦା ଆସନରୁ ବିଜୟୀ ହୋଇଛନ୍ତି। ସେ ଏଠାରୁ ବିଜେପି ପ୍ରାର୍ଥୀ ଯୋଗେଶ୍ୱର ଦତ୍ତଙ୍କୁ ପରାସ୍ତ କରିଛନ୍ତି। ଦିବଂଗତ କଂଗ୍ରେସ ବିଧାୟକ କୃଷ୍ଣ ହୁଡାଙ୍କ ମୃତ୍ୟୁ ପରେ ଏଠାରେ ଉପ-ନିର୍ବାଚନ ହୋଇଥିଲା। ଏହି ଆସନ କଂଗ୍ରେସ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡାଙ୍କ ଗଡ଼।

ସେହିପରି କର୍ଣ୍ଣାଟକରେ ଦୁଇଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା। ଦୁଇଟି ଯାକ ଆସନରେ ​​ବିଜେପି ବିଜୟୀ ହୋଇଛି। ସିରା ଏବଂ ବେଙ୍ଗାଲୁରୁ ସହରର ରାଜରାଜେଶ୍ୱରୀ ନାଗର (ଆର.ଆର ନାଗର) ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସିରା ଆସନରୁ ବିଜେପି ପ୍ରାର୍ଥୀ ଡକ୍ଟର ସିଏମ ରାଜେଶ ଗୌଡ଼ା ବିଜୟୀ ହୋଇଥିଲେ। ଏଠାରେ କଂଗ୍ରେସ ଦ୍ୱିତୀୟ ଏବଂ ଜେଡିଏସ ତୃତୀୟ ସ୍ଥାନରେ ରହିଛନ୍ତି। ​​2018 ନିର୍ବାଚନରେ ଏହି ଆସନରେ ​​ଜେଡି (ଏସ୍) ଜିତିଥିଲା। ଅଗଷ୍ଟରେ ବିଧାୟକ ବି ସତ୍ୟନାରାୟଣଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଥିଲା। ଆରପି ନଗର ଆସନରୁ ବିଜେପି ପ୍ରାର୍ଥୀ କେ.ଏନ ମୁନିରତ୍ନା ବିଜୟୀ ହୋଇଛନ୍ତି। ଏଠାରେ ମଧ୍ୟ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଜେଡି-ଏସ୍ ତୃତୀୟ ସ୍ଥାନରେ ରହିଛି। କେ. ଏନ ଦଳ ବଦଳ କରିଥିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏବେ ପୁୂଣି ସେ ବିଜେପି ଆସନରୁ ଲଢ଼ି ବିଧାୟକ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos