ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ଦଳ ଆଣିଲା ହତ୍ୟା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ ଉତ୍ତର ଦିନାଜପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁହାଯାଇଛି ଓ ଏହା ପଛରେ ଶାସକ ଟିଏମସିର ହାତ ଥିବା ଦଳ ଦାବି କରିଛି। ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, “ବିଜେପି ବିଧାୟକ ଦେବନ୍ଦ୍ର ନାଥ ରାୟଙ୍କ ମୃତ୍ୟୁର […]

u

Hemant Lenka
  • Published: Monday, 13 July 2020
  • , Updated: 13 July 2020, 12:49 PM IST

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ ଉତ୍ତର ଦିନାଜପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁହାଯାଇଛି ଓ ଏହା ପଛରେ ଶାସକ ଟିଏମସିର ହାତ ଥିବା ଦଳ ଦାବି କରିଛି।

ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, “ବିଜେପି ବିଧାୟକ ଦେବନ୍ଦ୍ର ନାଥ ରାୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରୁଛୁ। ତୃଣମୂଳ କଂଗ୍ରେସ ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଛି। ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଝୁଲାଇ ଦିଆଯାଇଛି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।”

ଦେବେନ୍ଦ୍ର ସିପିଆଇ(ଏମ) ଟିକେଟରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ଲୋକସଭା ନିର୍ବାଚନ ପରେ ସେ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଏଯାଏଁ ସେ ସିପିଏମ ବିଧାୟକ ପଦରୁ ଇସ୍ତଫା ଦେଇନାହାନ୍ତି।

Related story