ବିଜେପି ସାଂସଦ ବୀରେନ୍ଦ୍ର କୁମାର ହେବେ ଅସ୍ଥାୟୀ ବାଚସ୍ପତି

ନୂଆଦିଲ୍ଲୀ: ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ପୂର୍ବରୁ ଚାରିଥର ସାଗର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। BJP MP Dr Virendra Kumar to be the Protem Speaker of the 17th Lok Sabha. pic.twitter.com/kjKZpkOPkD — ANI (@ANI) June 11, 2019 […]

Parliament

Subhransu Sekhar
  • Published: Tuesday, 11 June 2019
  • , Updated: 11 June 2019, 03:51 PM IST

ନୂଆଦିଲ୍ଲୀ: ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ପୂର୍ବରୁ ଚାରିଥର ସାଗର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ଲୋକସଭା ୧୭ ଜୁନରେ ଆରମ୍ଭ ହେବାକୁ ଯାଉଛି। ତେଣୁ ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। ଏବଂ ୧୯ ଜୁନରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବ। ଏହାପରେ ୨୦ ଜୁନରେ ଉଭୟ ସଂସଦକୁ ରାଷ୍ଟ୍ରପତି ମିଳିତ ଭାବରେ ସମ୍ୱୋଧନ କରିବେ।

Related story