ମୁମ୍ୱାଇ: ରାଜନୀତିରେ ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର। ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଏହା ପ୍ରମାଣିତ ହୋଇଛି। ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ନେତୃତ୍ୱରେ ସରକାର ଗଢ଼ିବାର ଥିଲା। ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥାନ୍ତେ ତିନି ଦଳ। ଏହା ପୂର୍ବରୁ ସଞ୍ଜୟ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଥିଲେ। ବିଜେପିର ନା ନନେଇ କହିଥିଲେ, ‘ସରକାର ଗଢ଼ିବା ନେଇ ଶିବସେନାର ପ୍ରୟାସ ଉପରେ ସମସ୍ତେ ହସୁଥିଲେ। ଏବେ ସିଏ ଇତିହାସ ରଚିବାକୁ ଯାଉଛି’। ତେବେ ରାଜ୍ୟରେ ସରକାର ଗଢ଼ିବା ନେଇ ଶିବସେନା ଯେଉଁ ସ୍ୱପ୍ନ ଦେଖୁଥିଲା ସେଥିରେ ଏବେ ଏକ ପ୍ରକାର ରୋକ୍ ଲାଗିଛି।
— Sanjay Raut (@rautsanjay61) November 23, 2019
ସଞ୍ଜୟଙ୍କ ଏହି ଟୁଇଟର ଠିକ୍ ଘଣ୍ଟାଏ ପରେ ମହାରାଷ୍ଟ୍ର ରାଜନୀତି ହଠାତ୍ ନୂଆ ମୋଡ଼ ନେଇଥିଲା। ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ଉପସ୍ଥିତିରେ ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପି ନେତା ଅଜିତ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।
https://twitter.com/ANI/status/1198069658169024512
ତେବେ ବିଜେପି ସହ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏହା ଅଜିତ ପାଓ୍ୱାରଙ୍କର ବ୍ୟକ୍ତିଗତ ମତ। ଏହା ଦଳର ନୁହେଁ। ବିଜେପି ସହ ମେଣ୍ଟକୁ ଅଜିତ ପାଓ୍ୱାରଙ୍କ ନିଷ୍ପତ୍ତିକୁ ଦଳ ସମର୍ଥନ କରୁନାହିଁ ବୋଲି ସେ କହିଛନ୍ତି।
ଏବେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଅଜିତ ବିଶ୍ୱାସଘାତକ। ଗତକାଲି ରାତି ନଅଟା ଯାଏ ଅଜିତ ପାଓ୍ୱାର ଆମ ସହ ଥିଲେ। ଅଚାନକ କିନ୍ତୁ ସେ ଗାଏବ ହୋଇଯାଇଥିଲେ।
https://twitter.com/ANI/status/1198093900084322304
ସେହିପରି କଂଗ୍ରେସ ନେତା ଅଭିଷେକ ସିଂହଭୀ କହିଛନ୍ତି, ‘ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବା ଖବରକୁ ମୁଁ ଫେକ୍ ନ୍ୟୁଜ୍ ବୋଲି ଭାବୁଥିଲି। ପାଓ୍ୱାରଜି ଆପଣ ମହାନ (ପାଓ୍ୱାର ଜି ତୁସି ଗ୍ରେଟ୍ ହୋ) ବୋଲି ଏହି କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି।
Surreal wht I read abt #Maharashtra. Thought it was fake news. Candidly &personally speaking, our tripartite negotiations shd not have gone on for more than 3 days...took too long. Window given was grabbed by fast movers. #pawarji tussi grt ho! Amazing if true, still not sure
— Abhishek Singhvi (@DrAMSinghvi) November 23, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।