ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କୁ ଖୋଜୁଛି ପୋଲିସ୍

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ବିଜେପି ନେତା ଦୟାଶଙ୍କରଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ୍ ତାଙ୍କୁ ଖୋଜୁଛି। ଆଜି ସକାଳେ ପୋଲିସ୍ ତାଙ୍କ ବଲିୟା ସ୍ଥିତ ବାସଭବନକୁ ଯାଇଥିଲା କିନ୍ତୁ ତାଙ୍କୁ ସେଠାରେ ପାଇ ନ ଥିଲା। ଦୟାଶଙ୍କର ବୟାନ ଉପରେ ଆପତ୍ତି ଉଠାଇ ବିଏସ୍‌ପିର କର୍ମକର୍ତ୍ତାମାନେ ବିଜେପି ନେତାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଲକ୍ଷ୍ମୌର ହଜରତଗଞ୍ଜରେ ଆଜି ସକାଳେ ଶହଶହ ବିଏସ୍‌ପି […]

MAYAWATI

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 03:24 PM IST

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ବିଜେପି ନେତା ଦୟାଶଙ୍କରଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ୍ ତାଙ୍କୁ ଖୋଜୁଛି। ଆଜି ସକାଳେ ପୋଲିସ୍ ତାଙ୍କ ବଲିୟା ସ୍ଥିତ ବାସଭବନକୁ ଯାଇଥିଲା କିନ୍ତୁ ତାଙ୍କୁ ସେଠାରେ ପାଇ ନ ଥିଲା।

ଦୟାଶଙ୍କର ବୟାନ ଉପରେ ଆପତ୍ତି ଉଠାଇ ବିଏସ୍‌ପିର କର୍ମକର୍ତ୍ତାମାନେ ବିଜେପି ନେତାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଲକ୍ଷ୍ମୌର ହଜରତଗଞ୍ଜରେ ଆଜି ସକାଳେ ଶହଶହ ବିଏସ୍‌ପି କର୍ମୀ ଦୟାଶଙ୍କରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଦୟାଶଙ୍କର ସିଂହ ମାୟାବତୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ବିଏସ୍‌ପି ନେତା ନସୀମୁଦ୍ଦିନ୍ ସିଦ୍ଦିକି ଅଭିଯୋଗ କରିଛନ୍ତି।

Related story