୫ ବର୍ଷରେ ୫୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବିଜେପି! ବେକାରୀ ଭତ୍ତା ମଧ୍ୟ ଦେବ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ବିଜେପି ଇସ୍ତାହାର ଜାରି କରିଛି। ଏଥିରେ ବିଜପେ ପୁଣି କ୍ଷମତା ଦଖଲ କଲେ ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଛି। ଆସନ୍ତା ୫ ବର୍ଷରେ ୫୦ ଲକ୍ଷ ଯୁବକଙ୍କୁ ଚାକିରି ଦିଆଯିବାର ବ୍ୟବସ୍ଥା କରାଯିବ। ସେହିପରି ପ୍ରତିବର୍ଷ ସରକାରୀ କ୍ଷେତ୍ରରେ ୩୦ ହଜାର ଲୋକଙ୍କୁ ଚାକିରି ଦିଆଯିବ ବୋଲି ଇସ୍ତାହାର ଉନ୍ମୋଚନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ […]

a

Hemant Lenka
  • Published: Tuesday, 27 November 2018
  • , Updated: 27 November 2018, 08:44 PM IST

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ବିଜେପି ଇସ୍ତାହାର ଜାରି କରିଛି। ଏଥିରେ ବିଜପେ ପୁଣି କ୍ଷମତା ଦଖଲ କଲେ ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଛି।

ଆସନ୍ତା ୫ ବର୍ଷରେ ୫୦ ଲକ୍ଷ ଯୁବକଙ୍କୁ ଚାକିରି ଦିଆଯିବାର ବ୍ୟବସ୍ଥା କରାଯିବ। ସେହିପରି ପ୍ରତିବର୍ଷ ସରକାରୀ କ୍ଷେତ୍ରରେ ୩୦ ହଜାର ଲୋକଙ୍କୁ ଚାକିରି ଦିଆଯିବ ବୋଲି ଇସ୍ତାହାର ଉନ୍ମୋଚନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

ସେ କହିଛନ୍ତି, “ ଆସନ୍ତା ଡିସେମ୍ବର ୭ରେ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ କରିବ। ଗତଥର ବସୁନ୍ଧରା ରାଜେ ୬୬୫ଟି ପ୍ରତିଶ୍ରୁତି ମଧ୍ୟରୁ ୫ ବର୍ଷ ମଧ୍ୟରେ ୬୩୦ଟି ପୂରଣ କରିଛନ୍ତି। ଏଥର ସରକାର ବେକାରୀ ଭତ୍ତା ଦେବାର ବ୍ୟବସ୍ଥା କରିବେ। ପ୍ରତି ଶିକ୍ଷିତ ତଥା ୨୧ ବର୍ଷ ବା ତା’ର ଉର୍ଦ୍ଧ୍ୱ ବୟସର ଯୁବକଙ୍କୁ ମାସିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦିଆଯିବ।”

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ ରହି ନିଜ ସରକାରଙ୍କ ସଫଳତା କଥା ମଧ୍ୟ କହିଥିଲେ।

Related story