୫୦ ବର୍ଷ ଶାସନ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ, ଟାର୍ଗେଟରେ ଏହି ବର୍ଗ

ନୂଆଦିଲ୍ଲୀ: “ଯଦି ଆମେ ଏଥର ଜିତିଯିବୁ, ତା’ହେଲେ ଆଗାମୀ ୫୦ ବର୍ଷ ଯାଏ ଆମେ ଦେଶରେ ଶାସନ କରିବୁ। ୨୦୧୯ରେ ଆମେ ଜିତିଲେ ଆଉ କେହି ବି ଆମକୁ ହରାଇ ପାରିବେ ନାହିଁ।” ସାଧାରଣ ଲୋକସଭା ନିର୍ବାଚନ ପ୍ରଚାର ବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ କର୍ମୀମାନଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ବିଜେପି ଏବେଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଆରମ୍ଭ କରିଦେଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ […]

u

u

Hemant Lenka
  • Published: Thursday, 06 June 2019
  • Updated: 06 June 2019, 03:30 PM IST

Sports

Latest News

ନୂଆଦିଲ୍ଲୀ: “ଯଦି ଆମେ ଏଥର ଜିତିଯିବୁ, ତା’ହେଲେ ଆଗାମୀ ୫୦ ବର୍ଷ ଯାଏ ଆମେ ଦେଶରେ ଶାସନ କରିବୁ। ୨୦୧୯ରେ ଆମେ ଜିତିଲେ ଆଉ କେହି ବି ଆମକୁ ହରାଇ ପାରିବେ ନାହିଁ।” ସାଧାରଣ ଲୋକସଭା ନିର୍ବାଚନ ପ୍ରଚାର ବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ କର୍ମୀମାନଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଥିଲେ। ଏବେ ଏହାକୁ ପୂରଣ କରିବା ପାଇଁ ବିଜେପି ଏବେଠାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଆରମ୍ଭ କରିଦେଇଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ ୫୦%ରୁ ଅଧିକ ଭୋଟ୍‌ ପାଇଛି। ଏହି ବୃହତ ବିଜୟ ପରେ ବିଜେପି ଏବେ ୫୦ ବର୍ଷ ଶାସନରେ କେମିତି ରହିବ, ସେନେଇ ସଂଘ ସହ ମିଶି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ସଂଘ ଓ ବିଜେପିର କହିବା କଥା, ୨୦୧୯ରେ ଦଳ ପାଖକୁ ଦଳିତଙ୍କ ଭୋଟ୍‌ ମଧ୍ୟ ଆସିଛି। ପୂର୍ବରୁ ଦଳିତ ଭୋଟ୍‌ ବ୍ୟାଙ୍କ ବିଜେପିର ନୁହେଁ ବୋଲି କୁହାଯାଉ ଥିଲା।

କିନ୍ତୁ ୨୦୧୯ରେ ଏସବୁ ଗଣିତ ଓଲଟପାଲଟ ହୋଇଯାଇଛି। ଏବେ ବିଜେପି ଦଳିତଙ୍କ ମଧ୍ୟରୁ ନେତା ଚୟନ କରି ଏହି ଗୋଷ୍ଠୀଙ୍କୁ ନିଜର ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଚାହୁଁଛି।

ସମ୍ପ୍ରତି ବିଜେପିରେ ଦଳିତଙ୍କ ମଧ୍ୟରୁ କେହି ବି ଜଣେ ବଡ଼ ରାଷ୍ଟ୍ରୀୟ ନେତା ନାହାନ୍ତି। ଯିଏ ବି ଦଳିତ ନେତା ଥିଲେ ଧୀରେଧୀରେ ସେମାନଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ତେଣୁ ଏବେ ହଜାରେ ଦଳିତ ଭୋଟ୍‌ରଙ୍କ ପାଇଁ ସଂଘ କିମ୍ବା ବିଜେପି ପକ୍ଷରୁ ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ। ଏହି କାର୍ଯ୍ୟକର୍ତ୍ତାମାନେ ହଜାରେ ଦଳିତଙ୍କ ମଧ୍ୟରେ କେମିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚି ପାରିବ, ସେ ବ୍ୟବସ୍ଥା କରିବେ। ଏଥିପାଇଁ ପ୍ରଥମେ ଏକ ଲିଷ୍ଟ ପ୍ରସ୍ତୁତ କରାଯିବ।

ଉତ୍ତର ପ୍ରଦେଶରେ ସର୍ବାଧିକ ଦଳିତ ବର୍ଗ ଥିବାରୁ ଉପ ନିର୍ବାଚନ ସମୟରୁ ହିଁ ବିଜେପି ଓ ସଂଘ ମିଳିତ ଭାବେ ଦଳିତଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି।

ଏହି କାର୍ଯ୍ୟକର୍ତ୍ତାମାନେ ତାଲିକା ପ୍ରସ୍ତୁତ କରି ଉପଯୁକ୍ତ ହିତାଧିକାରୀଙ୍କୁ ବାଛିବେ। ଉପଯୁକ୍ତ ହିତାଧିକାରୀ ଯେମିତି କୌଣସି ସରକାରୀ ଯୋଜନାରୁ ବଞ୍ଚିତ ନ ହେବେ, ସେ ବ୍ୟବସ୍ଥା କରିବେ। ସରକାରୀ ଯୋଜନାରୁ ଲାଭ ପାଉଥିବା ବ୍ୟକ୍ତି କେବେହେଲେ ବିଜେପିଠାରୁ ଦୂରେଇ ଯିବନାହିଁ ବୋଲି ଦଳ ଓ ସଂଘ ଆଶା ରଖିଛି।

ଯଦି ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଏହି ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରାଯାଏ, ତା’ହେଲେ ଦଳିତମାନେ ମଧ୍ୟ ବିଜେପିର ପ୍ରମୁଖ ଭୋଟ ବ୍ୟାଙ୍କ ଭାବେ ଉଭା ହେବେ। କଂଗ୍ରେସ ଯେଉଁଭଳି ଭାବେ ମୁସଲିମ୍‌ ଏବଂ ଦଳିତ ଭୋଟ୍‌ ବ୍ୟାଙ୍କକୁ ବ୍ୟବହାର କରି ଦେଶରେ ଦୀର୍ଘ ବର୍ଷ ଧରି ଶାସନ କରିଥିଲା, ବିଜେପି ମଧ୍ୟ ଅନୁରୂପ ଭାବେ ଶାସନ କରିପାରିବ। ଅନ୍ୟପକ୍ଷରେ ମୁସଲିମ ସଂପ୍ରଦାୟ ଏବେ ବି ବିଜେପି ସହ ନାହାନ୍ତି। ତଥାପି ବିଜେପି ଏମାନଙ୍କୁ ମଧ୍ୟ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story