'ଜାତୀୟ ପତାକା ଧରି ସିଏଏ ବିରୋଧୀ ନିଜର ଅସଲ ଉଦ୍ଦେଶ୍ୟ ଲୁଚାଉଛନ୍ତି'

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ଆରମ୍ଭ କରିଛନ୍ତି। ଦିଲ୍ଲୀର ଶହାଦରା ବିଧାନସଭା ପାଇଁ ପ୍ରଚାର କରିବା ବେଳେ ମୋଦି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଶାହଦରା କ୍ଷେତ୍ରରେ କଡକଡଡୁମାର ସିବିସି ପଡ଼ିଆରୁ ପ୍ରଧାନମନ୍ତ୍ରୀ ଏହି ଉଦବୋଧନ ଦେଇଛନ୍ତି। ଏହି ରାଲିରେ ବିକାଶ ଏବଂ ଶାହୀନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ପ୍ରସଙ୍ଗ କରି ଉଦବୋଧନ ଦେଇଛନ୍ତି। ‘ନିଜର ମୁଖ୍ୟ ଉଦ୍ଦେଶ୍ୟକୁ ଲୁଚାଇବାକୁ ଯାଇ ସିଏଏ ବିରୋଧୀ ଜାତୀୟ […]

PM MODI

Subhransu Sekhar
  • Published: Monday, 03 February 2020
  • , Updated: 03 February 2020, 06:59 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ଆରମ୍ଭ କରିଛନ୍ତି। ଦିଲ୍ଲୀର ଶହାଦରା ବିଧାନସଭା ପାଇଁ ପ୍ରଚାର କରିବା ବେଳେ ମୋଦି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଶାହଦରା କ୍ଷେତ୍ରରେ କଡକଡଡୁମାର ସିବିସି ପଡ଼ିଆରୁ ପ୍ରଧାନମନ୍ତ୍ରୀ ଏହି ଉଦବୋଧନ ଦେଇଛନ୍ତି। ଏହି ରାଲିରେ ବିକାଶ ଏବଂ ଶାହୀନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ପ୍ରସଙ୍ଗ କରି ଉଦବୋଧନ ଦେଇଛନ୍ତି।

‘ନିଜର ମୁଖ୍ୟ ଉଦ୍ଦେଶ୍ୟକୁ ଲୁଚାଇବାକୁ ଯାଇ ସିଏଏ ବିରୋଧୀ ଜାତୀୟ ପତାକା ଧରିଛନ୍ତି। ଯଦି ଆଜି ଏହି ବିରୋଧୀଙ୍କୁ ଅଟକାନଯବି ତାହେଲେ ଆଗାମୀ ଦିନରେ ଏହି ବିରୋଧୀ ଅନ୍ୟ କେଉଁ ରାସ୍ତା ବନ୍ଦ କରିବେ ବୋଲି ସେ କହିଛନ୍ତି। ଏଭଳି ଆନ୍ଦୋଳନ ଭୋଟ ବ୍ୟାଙ୍କ ରାଜନୀତି ଛଡ଼ା ଆଉ କିଛି ନୁହେଁ’।

ଫେବୃଆରୀ ୧୧ରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି। ଏହାପରେ ଦିଲ୍ଲୀର ବିକାଶ ଆହୁରି ଜୋର ହେବ। ଦିଲ୍ଲୀରେ କେଜ୍ରିଓ୍ୱାଲ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁ ନାହିଁ। କାରଣ କେଜ୍ରିଓ୍ୱାଲ ସରକାର ଚାହୁଁନାହାନ୍ତି ଗରିବ ଲୋକଙ୍କୁ ଛାତ ମିଳୁ ଓ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁ। ଧାରା ୩୭୦ ଏବଂ ଅଯୋଧ୍ୟା ମାମଲା ବାବଦରେ ମୋଦି କହିଛନ୍ତି, ଦେଶ ସ୍ୱାଧୀନତା ପାଇବାର ଦୀର୍ଘ ବର୍ଷ ପରେ ତାଙ୍କ ସରକାର ବେଳେ ସମାଧାନ ହୋଇଛି ବୋଲି ସେ କହିଛନ୍ତି।

‘ଦିଲ୍ଲୀବାସୀ ଦେଶର ମାହୋଲ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏବେ ସମୟ ଦିଲ୍ଲୀର ପରିବର୍ତ୍ତନର। ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ। ଏହା ଦେଶର ହାର୍ଟ। ଯେଉଁଠି ବିହିନ୍ନ କ୍ଷେତ୍ରରୁ ଆସୁଥିବା ଲୋକମାନେ ଏଠାରେ ରୁହନ୍ତି। ଏହି ଦିଲ୍ଲୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସତ୍କାର ମଧ୍ୟ କରେ। ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ଆସନରେ ବିଜେପିକୁ ଭୋଟଦେଇ ଦିଲ୍ଲୀବାସୀ ବିକାଶର ବାର୍ତ୍ତା ଦେଇଥିଲେ। ଏବେ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ନୀତି ଆପଣାଇବେ। ଦିଲ୍ଲୀର ବିକାଶରେ ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ଝାଳ ରହିଛି। ୮ ଫେବୃଆରୀରେ ଦିଲ୍ଲୀ ପାଇଁ ନୁହେଁ ବରଂ ବିକାଶ ପାଇଁ ଭୋଟ ପଡ଼ିବ। ବିଜେପି ଯାହା କୁହେ ତାହା କରିଦେଖାଏ। ବିଜେପି ନକରାତ୍ମକ ନୁହେଁ ସକରାତ୍ମକରେ ବିଶ୍ୱାସ କରେ’ ବୋଲି ସେ କହିଛନ୍ତି।

Related story