ନୂଆଦିଲ୍ଲୀ: ଏପଟେ ରାଷ୍ଟ୍ରପତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାର ଶପଥ ନେଉଛନ୍ତି, ସେପଟେ ଦଳର ୱେବସାଇଟ୍ ହ୍ୟାକ କରି ଦୁର୍ବୃତ୍ତ ଗୋମାଂସ ବା ବିଫ୍ ପରଷିଲେଣି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଦଳର କର୍ମୀଙ୍କଠାରୁ ଆରମ୍ଭ କରି ଛୋଟ ବଡ଼ ସମସ୍ତ ନେତା ଏହି ଶପଥ ଉତ୍ସବକୁ ଉପଭୋଗ କରୁଥିବାବେଳେ ସେପଟେ ଦଳର ୱେବ୍ସାଇଟ୍ ହ୍ୟାକ୍ ହୋଇଯାଇଥିବା ସୂଚନା ମିଳିଛି।
ଏଥିରେ ବିଭିନ୍ନ ବିଫ୍ ଆଇଟମ୍ ସବୁର ନାଁ ରହିଛି। ଆଉ ‘ସ୍ୟାଡୋ_ଭି୧ପି୩ଆର’ ନାମକ କେହି ହ୍ୟାକର ଏହାକୁ ହ୍ୟାକ୍ କରିଥିବା ଲେଖା ଅଛି। ହୋମ୍ପେଜ୍ରେ ନ୍ୟାଭିଗେସନ୍ କି'ରେ ବିଭିନ୍ନ ସ୍ଥାନରେ ବିଜେପି ଯୋଡ଼ି ହୋଇଯାଇଛି। ଯେପରିକି 'ଏବାଉଟ୍ ବିଫ୍' ଏବଂ 'ବିଫ୍ ଲିଡରଶିପ୍' ଆଦି ରହିଛି।
ବିଫ୍ ଆଇଟମ୍ ନାମକ ଏକ ଅପ୍ସନରେ କ୍ଲିକ କଲେ, ବିଫ୍ ଫ୍ରାଇ, ବିଫ୍ ଡ୍ରାଇ ଫ୍ରାଇ, ବିଫ୍ କିମା ଆଲୁ, ବିଫ୍ ଚିଲ୍ଲି କରି, ବିଫ୍ କରି ଏବଂ ସାଉଥ୍ ଇଣ୍ଡିଆନ୍ ବିଫ୍ କରି ଆଦି ଆଇଟମର ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।