କାବୁଲ: ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାପରେ ଅଶାନ୍ତ ହୋଇଛି ଆଫଗାନିସ୍ତାନ। ରାଜଧାନୀ କାବୁଲରେ ଅଶରଫ ଘନି ଦେଶର ରାଷ୍ଟ୍ରପତି ଭାବରେ ଶପଥ ନେଉଥିବା ବେଳେ ଏକ ବଡ଼ ବିସ୍ଫୋରଣ ହୋଇଛି। ଶପଥ ସମାରୋହଠାରୁ ଅଳ୍ପ ଦୂରରେ ବିସ୍ଫୋରଣ ସାଙ୍ଗକୁ ବନ୍ଧୁକ ଦେଖାଇଥିଲେ। ଏହା ସତ୍ତ୍ୱେ ଅଶରଫ ଗାନିଙ୍କ ଶପଥ ଗ୍ରହଣ ସମାରୋହ ଜାରି ରହିଥିଲା।
ଅନ୍ୟପକ୍ଷରେ ଅଶରଫ ଘନିଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ମଧ୍ୟ ନିଜକୁ ରାଷ୍ଟ୍ରପତି ବୋଲି ଘୋଷଣା କରିଛନ୍ତି। ଉଭୟ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରପତି ପଦବୀକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏବେ ଦୁହେଁ ତାଲିବାନ ସହିତ ଆଲୋଚନା ପାଇଁ ଯୋଜନା କରୁଥିବା ସୂଚନା ରହିଛି।
ଗତବର୍ଷ ସେପ୍ଟେମ୍ବରରେ ଆଫଗାନିସ୍ତାନରେ ନିର୍ବାଚନ ହୋଇଥିଲା। ଆଫଗାନିସ୍ତାନର ନିର୍ବାଚନ ଆୟୋଗ ରାଷ୍ଟ୍ରପତି ଅଶରଫ ଗାନିଙ୍କୁ ବିଜେତା ବୋଲି ଘୋଷଣା କରିଥିଲେ ନିର୍ବାଚନ କମିଶନ। ତେବେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଥିଲେ ଅବଦୁଲ୍ଲା ଅବଦୁଲ୍ଲା। ଏହାପରେ ଉଭୟ ଗାନି ଏବଂ ଅବଦୁଲ୍ଲା ନିଜକୁ ରାଷ୍ଟ୍ରପତି ବୋଲି ଦାବି କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।