ବଲିଉଡ୍ ଗାୟକ ମିକା ସିଂହଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ବଲିଉଡ୍ ଗାୟକ ମିକା ସିଂହଙ୍କୁ ଗୁରୁବାର ଦିଲ୍ଲୀ ପୋଲିସ୍ ଗିରଫ କରିଛି। ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର ଇନ୍ଦ୍ରପୁରୀ ପୋଲିସ୍ ତାଙ୍କୁ ଗିରଫ କରିଛି। ୩୮ ତମ ଜନ୍ମ ଦିନ ପାଳିବାର ମାତ୍ର ଗୋଟିଏ ଦିନ ପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଅବଶ୍ୟ ପରେ ତାଙ୍କୁ ଜାମିନ୍ ମିଳିଥିଲା। ୨୦ ହଜାର ଟଙ୍କାର ଏକ ବେଲ୍ ବଣ୍ଡ୍ ଦାଖଲ କଲା ପରେ ତାଙ୍କୁ ଜାମିନ ଦିଆଯାଇଥିଲା। ମିକା ୧୫ ମିନିଟ୍ ଥାନାରେ […]

mikasingh

mikasingh

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 11:55 AM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍ ଗାୟକ ମିକା ସିଂହଙ୍କୁ ଗୁରୁବାର ଦିଲ୍ଲୀ ପୋଲିସ୍ ଗିରଫ କରିଛି। ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର ଇନ୍ଦ୍ରପୁରୀ ପୋଲିସ୍ ତାଙ୍କୁ ଗିରଫ କରିଛି। ୩୮ ତମ ଜନ୍ମ ଦିନ ପାଳିବାର ମାତ୍ର ଗୋଟିଏ ଦିନ ପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଅବଶ୍ୟ ପରେ ତାଙ୍କୁ ଜାମିନ୍ ମିଳିଥିଲା। ୨୦ ହଜାର ଟଙ୍କାର ଏକ ବେଲ୍ ବଣ୍ଡ୍ ଦାଖଲ କଲା ପରେ ତାଙ୍କୁ ଜାମିନ ଦିଆଯାଇଥିଲା। ମିକା ୧୫ ମିନିଟ୍ ଥାନାରେ ରହିଥିଲେ। କୁହାଯାଉଛି ମିକା ମାଲେସିଆରେ ଥିଲେ। ସେଠାରୁ ଫେରିବା ପରେ ସିଧା ଥାନାକୁ ଯାଇଥିଲେ।

ଡାକ୍ତରଙ୍କୁ ମାଡ଼ ମାରିବା ନେଇ ତାଙ୍କ ବିରୁଦ୍ଧରେ ଗତ ଏପ୍ରିଲ ୧୨ ତାରିଖରେ ଏଫଆଇଆର ରୁଜୁ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୨୩, ୩୨୬ ଓ ୩୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଗତ ଏପ୍ରିଲ ମାସରେ ଏକ କାର୍ଯ୍ୟକ୍ରମରେ ମିକା ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଇନ୍ଦ୍ରରପୁରି ସ୍ଥିତ ଦିଲ୍ଲୀ ପୁସା ଇନଷ୍ଟିଚ୍ୟୁଟ୍ ମେଳା ପଡ଼ିଆରେ ଦିଲ୍ଲୀ ଓପଥାଲମୋଲୋଜିକାଲ୍ ସୋସାଇଟି (ଡିଓଏସ୍) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଘଟିଥିଲା ଏହି ଘଟଣା। ମିକା ସେଠାରେ ଗୀତ ଗାଇବା ବେଳେ ଉପସ୍ଥିତ କିଛି ଡାକ୍ତରଙ୍କୁ ଷ୍ଟେଜ ଉପରକୁ ଡାକିଥିଲେ। ଯୁବତୀମାନଙ୍କୁ ଷ୍ଟେଜ ମଝିରେ ଓ ଯୁବକମାନଙ୍କୁ ଷ୍ଟେଜର ଦୁଇ ପାର୍ଶ୍ୱରେ ନାଚିବାକୁ କହିଥିଲେ। ତେବେ ଜଣେ ଡାକ୍ତର ତାଙ୍କ କଥା ନମାନି ଯୁବତୀଙ୍କ ମେଳରେ ନାଚିବା ଆରମ୍ଭ କରି ଦେବା ରାଗି ଯାଇଥିଲେ ମିକା। ସେ ଉକ୍ତ ଡାକ୍ତରଙ୍କୁ ଚାପୁଡ଼ା ମାରିବା ସହିତ ତାଙ୍କୁ ସେଠାରୁ ନେଇଯିବାକୁ ବାଉନସର ମାନଙ୍କୁ କହିଥିଲେ। ଏହା ପରେ ସେଠାରେ ହଙ୍ଗାମା ହୋଇଥିଲା। ଉପସ୍ଥିତ ଡାକ୍ତରମାନେ ଏକଜୁଟ୍ ହୋଇଯାଇଥିଲେ। ପୋଲିସ୍ ଆସିବା ପରେ ଘଟଣା ଶାନ୍ତ ପଡ଼ିଥିଲା। ଏହା ପରେ ମିକାଙ୍କ ନାଁରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

mika

ସୂଚନାଯୋଗ୍ୟ, ପୂର୍ବରୁ ୨୦୦୬ରେ ରାକ୍ଷୀ ସାୱନ୍ତଙ୍କୁ ଚୁମା ଦେଇ ବିବାଦକୁ ଆସିଥିଲେ ମିକା। ଏଥିପାଇଁ ମିକା ସର୍ବସାଧାରଣରେ ତାଙ୍କୁ ଭୁଲ୍ ମାଗନ୍ତୁ ବୋଲି ରାକ୍ଷୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos