କାବୁଲ: ଆଫଗାନିସ୍ତାନରେ ଏକ ନିର୍ବାଚନ ରାଲିରେ ଘଟିଥିବା ବୋମା ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ରାଜଧାନୀ କାବୁଲର ଉତ୍ତରାଞ୍ଚଳରେ ଆୟୋଜିତ ଏହି ରାଲିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍ ଘାନି ଯୋଗଦେବାର ଥିଲା। ଏହି ସମୟରେ ସେ ଘଟଣାସ୍ଥଳରେ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଏହି ସ୍ଥାନ ବ୍ୟତୀତ ମଧ୍ୟ କାବୁଲରେ ମଧ୍ୟ ଏକ ବିସ୍ଫୋରଣ ହୋଇଛି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି, ତାଲିବାନର ସମ୍ପୃକ୍ତି ସନ୍ଦେହ କରାଯାଉଛି। ଶାନ୍ତି ପାଇଁ ଆଲୋଚନା ଜାରି ରଖିବା ସମୟରେ ହିଁ ଏଭଳି ବୋମା ବିସ୍ଫୋରଣ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି।
ଆସନ୍ତା ସେପ୍ଟେମ୍ବର ୨୮ରେ ଏଠାରେ ହେବାକୁ ଥିବା ନିର୍ବାଚନ ଭଣ୍ଡୁର କରିବା ପାଇଁ ତାଲିବାନ୍ ପୂରା ଦମ୍ରେ ଉଦ୍ୟମ କରୁଛନ୍ତି। ତେବେ ଏହି ଉଦ୍ୟମରୁ ଅନ୍ୟତମ ଆଜିର ବିସ୍ଫୋରଣରେ ୧୩ ଜଣଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ମୁଖ୍ୟତଃ ଛୋଟ ପିଲା ଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଖେଳୁ ଖେଳୁ ବୋରୱେଲରେ ଖସିପଡ଼ିଲା ଶିଶୁ କନ୍ୟା, ଉଦ୍ଧାର କାର୍ଯ୍ୟ ଜାରି
ଖେଳୁ ଖେଳୁ ଏକ ବୋରୱେଲରେ ଖସି ପଡ଼ିଲା ଶିଶୁ କନ୍ୟା ଚେତନା। ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ ।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।