କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରୁଲିଂ: ବେଶ୍ୟାବୃତ୍ତି ଅପରାଧ ନୁହେଁ

ମୁମ୍ବାଇ: ବେଶ୍ୟାବୃତ୍ତି କୌଣସି ପ୍ରକାରର ଅପରାଧ ନୁହେଁ। ସାବାଳିକାମାନେ କ’ଣ କରିବେ ଓ କ’ଣ ନାହିଁ, ତା’ର ନିଷ୍ପତ୍ତି ସେମାନେ ସ୍ୱାଧୀନ ଭାବେ ନେଇପାରିବେ। ଆଜି ଏଭଳି ରୁଲିଂ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବେଶ୍ୟାବୃତ୍ତିରେ ସାମିଲ ୩ ମହିଳାଙ୍କ ଆବେଦନର ଶୁଣାଣି କରିବା ବେଳେ ବମ୍ବେ ହାଇକୋର୍ଟ ଏଭଳି କଥା କହିଛନ୍ତି। କୋର୍ଟ ମାମଲାର ଶୁଣାଣି କରି ବେଶ୍ୟାବୃତ୍ତିରେ ସାମିଲ ଥିବା ୩ ମହିଳାଙ୍କୁ କେବଳ ମୁକ୍ତି କରିନାହାନ୍ତି ବରଂ ଦେହ ବେପାର ଅପରାଧ ନୁହେଁ ବୋଲି […]

d

Hemant Lenka
  • Published: Friday, 25 September 2020
  • , Updated: 25 September 2020, 08:59 PM IST

ମୁମ୍ବାଇ: ବେଶ୍ୟାବୃତ୍ତି କୌଣସି ପ୍ରକାରର ଅପରାଧ ନୁହେଁ। ସାବାଳିକାମାନେ କ’ଣ କରିବେ ଓ କ’ଣ ନାହିଁ, ତା’ର ନିଷ୍ପତ୍ତି ସେମାନେ ସ୍ୱାଧୀନ ଭାବେ ନେଇପାରିବେ। ଆଜି ଏଭଳି ରୁଲିଂ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବେଶ୍ୟାବୃତ୍ତିରେ ସାମିଲ ୩ ମହିଳାଙ୍କ ଆବେଦନର ଶୁଣାଣି କରିବା ବେଳେ ବମ୍ବେ ହାଇକୋର୍ଟ ଏଭଳି କଥା କହିଛନ୍ତି।

କୋର୍ଟ ମାମଲାର ଶୁଣାଣି କରି ବେଶ୍ୟାବୃତ୍ତିରେ ସାମିଲ ଥିବା ୩ ମହିଳାଙ୍କୁ କେବଳ ମୁକ୍ତି କରିନାହାନ୍ତି ବରଂ ଦେହ ବେପାର ଅପରାଧ ନୁହେଁ ବୋଲି କହିଛନ୍ତ। କୋର୍ଟ ଆହୁରି କହିଛନ୍ତି, ମହିଳା ଓ ସାବାଳିକାମାନେ ନିଜ ଇଚ୍ଛା ଅନୁସାରେ ସେମାନଙ୍କ ବୃତ୍ତି ଚୟନ କରିପାରିବେ। ସେହିପରି ସେମାନଙ୍କ ବିନା ଅନୁମତିରେ ମହିଳାମାନଙ୍କୁ କେହି ବି ନିଜ ହେପାଜତକୁ ନିଆଯାଇ ପାରିବ ନାହିଁ।

ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ପୃଥ୍ୱୀରାଜ ଚୌହାନ କହିଛନ୍ତି, immoral traffic prevention act 1956 ଅନୁଯାୟୀ ଦେହ ବେପାରକୁ ଆଦୌ ବନ୍ଦ କରାଯାଇ ପାରିବ ନାହିଁ। ଏହି ଆଇନ ମଧ୍ୟରେ ଏମିତି କିଛି ବି ପ୍ରାବଧାନ ନାହିଁ, ଯାହା ଦେହ ବେପାରକୁ ଅପରାଧ ଭାବେ ବିବେଚନା କରିପାରିବ। ସେହିପରି ଦେହ ବେପାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ଦଣ୍ଡ ଦେବାର ଅଧିକାର ମଧ୍ୟ ଏହି ଆଇନରେ ନାହିଁ।

କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ବ୍ୟବସାୟିକ ଫାଇଦା ପାଇଁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ବା ପ୍ରତାଡ଼ିତ କରିବା ଉପରୋକ୍ତ ଆଇନର ଅପରାଧ ଶ୍ରେଣୀରେ ଆସିପାରିବ। ଏହା ଉପରେ ଦଣ୍ଡ ଦେବାର ଅଧିକାର ରହିଛି। କୋର୍ଟଙ୍କ ଏହି ରୁଲିଂ ପରେ ଦେହ ବେପାର କାର୍ଯ୍ୟରେ ସାମିଲ ଥିବା ୨୧, ୨୨ ଓ ୨୩ ବର୍ଷର ୩ ମହିଳାଙ୍କୁ ସମ୍ମାନର ସହ ମୁକ୍ତ କରିଛନ୍ତି।

ଏହି ୩ ମହିଳାଙ୍କୁ ଗୋଟିଏ ହୋଟେଲରୁ ଗିରଫ କରାଯାଇଥିଲା। ଏହି ୩ ମହିଳା ସେକ୍ସ ୱାର୍କର ଭାବେ କାମ କରୁଥିଲେ। ଏମାନଙ୍କୁ ମୁମ୍ବାଇ ପୁଲିସ୍‌ ୨୦୧୯ ସେପ୍ଟେମ୍ବର ମାସରେ ଗିରଫ କରିଥିଲା। ପୁଲିସ୍‌ ନକଲି ଗ୍ରାହକ ସାଜି ପ୍ରଥମେ ହୋଟେଲରେ ପହଞ୍ଚିଥିଲା। ଏହାପରେ ୩ ମହିଳାଙ୍କୁ କାବୁ କରିଥିଲା।

ଏମାନଙ୍କୁ ମେଟ୍ରୋମଲିଟାଣ୍ଟ ମାଜିଷ୍ଟ୍ରେଟ ମହିଳା ହଷ୍ଟେଲରେ ରଖିବାକୁ କହିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କହିଥିଲେ।

Related story