ଲଦାଖ ସୀମାରେ ଏୟାର ଡିଫେନ୍ସ ମିଶାଇଲ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଚୀନ୍ ସହିତ ଉତ୍ତେଜନା ସୃଷ୍ଟି ହେବା ପରେ ପୂର୍ବ ଲଦାଖରେ ଭାରତ ଏୟାର ଡିଫେନ୍ସ ମିଶାଇଲ ମୁତୟନ କରିଛି। ଚୀନ୍ ସେନାକୁ ଚେକ୍ ଦେବା ପାଇଁ ଉଭୟ ସ୍ଥଳ ସେନା ଏବଂ ବାୟୁସେନା ସୀମାରେ ଆଲର୍ଟ ରହିଥିବା ସୂଚନା ରହିଛି। ସୂଚୂନା ଅନୁଯାୟୀ ଭାରତ ସୀମାରେ ଅତ୍ୟାଧୁନିକ ବିମାନ, ମିଶାଇଲ୍, ହେଲିକପ୍ଟର, ଆଦି ମୁତୟନ କରିଛି। ଗୁଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଚୀନ୍ ସୁଖୋଇ ୩୦ ସହିତ […]

air missile india

air missile india

Subhransu Sekhar
  • Published: Saturday, 27 June 2020
  • Updated: 27 June 2020, 07:52 PM IST

Sports

Latest News

ନୂଆଦିଲ୍ଲୀ: ଚୀନ୍ ସହିତ ଉତ୍ତେଜନା ସୃଷ୍ଟି ହେବା ପରେ ପୂର୍ବ ଲଦାଖରେ ଭାରତ ଏୟାର ଡିଫେନ୍ସ ମିଶାଇଲ ମୁତୟନ କରିଛି। ଚୀନ୍ ସେନାକୁ ଚେକ୍ ଦେବା ପାଇଁ ଉଭୟ ସ୍ଥଳ ସେନା ଏବଂ ବାୟୁସେନା ସୀମାରେ ଆଲର୍ଟ ରହିଥିବା ସୂଚନା ରହିଛି। ସୂଚୂନା ଅନୁଯାୟୀ ଭାରତ ସୀମାରେ ଅତ୍ୟାଧୁନିକ ବିମାନ, ମିଶାଇଲ୍, ହେଲିକପ୍ଟର, ଆଦି ମୁତୟନ କରିଛି।

ଗୁଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଚୀନ୍ ସୁଖୋଇ ୩୦ ସହିତ ଅତ୍ୟାଧୁନିକ ବିମାନ ଉଡ଼େଇ ସୀମାରେ ନିଜର ସ୍ଥିତି ମଜବୁଦ ରଖିଥିବା ପରୋକ୍ଷରେ କହିଛି। ଏମିତିକି ଭାରତ ବାଉଣ୍ଡ୍ରରୀରୁ ୧୦ କିଲୋମିଟର ଦୂରରେ ଚୀନ ସେନା ବିମାନ ଉଡ଼ାଇଥିବା ଜଣାପଡ଼ିଛି।

ଅନ୍ୟପଟେ ଭାରତ ଏବେ ଚୀନକୁ ଚେକ୍ ଦେବା ପାଇଁ ଆଉ ଏକ ବନ୍ଧୁ ରାଷ୍ଟ୍ର ସହିତ କଥାବାର୍ତ୍ତା କରୁଛି। ସେହି ଦେଶର ଯୁଦ୍ଧ ବିମାନକୁ ସୀମାରେ ମୁତୟନ କରି ଭାରତ ନିଜ ସୀମାକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି। ତେବେ ଏହି ବନ୍ଧୁ ରାଷ୍ଚ୍ର କିଏ ଜଣାପଡ଼ିନାହିଁ

ସୂଚନାଯୋଗ୍ୟ, ଭାରତ ଚୀନ୍ ମଧ୍ୟରେ ବଢ଼ୁଥିବା ବିବାଦକୁ ଦେଖି ଭାରତ ଏବଂ ଏସିଆ ମହାଦେଶର ସୁରକ୍ଷା କରିବ ବୋଲି ଆମେରିକା ଶୁକ୍ରବାର କହିସାରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର କହିଥିଲେ, ଏସିଆ ମହାଦେଶର ଅନେକ ଦେଶ ପ୍ରତି ଚୀନର ବିପଦ ରହିଛି। ଭାରତ, ଭିଏତନାମା, ଇଣ୍ଡୋନେସିଆ, ମାଲେଶିଆ, ଫିଲିପାଇନ୍ସ ଏବଂ ସାଉଥ ଚାଇନା ସମୁଦ୍ର ଉପରେ ଚୀନର ବିପଦ ରହିଛି। ଆମେରିକା ଏବେ ଏହି ସବୁ ସ୍ଥାନରେ ସେନା ମୁତୟନ କରି ଚୀନକୁ କଡ଼ା ଜବାବ ଦେଇପାରିବ ବୋଲି ସୁନିଶ୍ଚିତ କରିବାକୁ ଚାହୁଁଥିବା ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos