ବାପା,ମାଆ ଓ ଭଉଣୀଙ୍କୁ ମାରି ଦେଲେ

ନୂଆଦିଲ୍ଲୀ: ଦିଲ୍ଲୀର କିଶାନଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ବାପା,ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ସୁରଜ୍ (୧୯)। ମୃତକମାନେ ହେଲେ ମିଥିଲେଶ (୪୫), ତାଙ୍କ ପତ୍ନୀ ସିୟା (୪୨) ଓ ଝିଅ ନେହା (୧୬)। ସୂଚନା ଅନୁସାରେ, ମିଥିଲେଶଙ୍କ ଘରେ ଲୁଟ୍‌ ହେଉଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ପୁଲିସ୍‌ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲା। ତେବେ ସେଠାରେ ତିନି ଜଣଙ୍କ ମୃତଦେହ […]

tome

Jitendra Garnayak
  • Published: Thursday, 11 October 2018
  • , Updated: 11 October 2018, 01:51 PM IST

ନୂଆଦିଲ୍ଲୀ: ଦିଲ୍ଲୀର କିଶାନଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ବାପା,ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ସୁରଜ୍ (୧୯)।

ମୃତକମାନେ ହେଲେ ମିଥିଲେଶ (୪୫), ତାଙ୍କ ପତ୍ନୀ ସିୟା (୪୨) ଓ ଝିଅ ନେହା (୧୬)।

ସୂଚନା ଅନୁସାରେ, ମିଥିଲେଶଙ୍କ ଘରେ ଲୁଟ୍‌ ହେଉଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ପୁଲିସ୍‌ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲା। ତେବେ ସେଠାରେ ତିନି ଜଣଙ୍କ ମୃତଦେହ ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଏହାସହ ଘରର ଜିନିଷପତ୍ର ଚାରିଆଡ଼େ ଖେଳାଖେଳି ହୋଇ ପଡ଼ିଥିଲା।

ଲୁଟେରାମାନେ ଘରେ ପଶି ଲୁଟ୍‌ କରିବା ପରେ ତାଙ୍କ ବାପା,ମାଆ ଓ ଭଉଣୀଙ୍କୁ ହତ୍ୟା କରି ପଳାଇ ଯାଇଥିବା ସୁରଜ୍ ପୁଲିସ୍‌କୁ କହିଥିଲା।

ତେବେ ପୁଲିସ୍‌ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ସୁରଜ୍ ଉପରେ ପୁଲିସ୍‌ର ସନ୍ଦେହ ହୋଇଥିଲା। ତା’ପରେ ହତ୍ୟାରେ ବ୍ୟବହୃତ ଛୁରୀ ପୁଲିସ୍‌କୁ ମିଳିଥିଲା। ପୁଲିସ୍‌ ପଚରାଉଚରା କରିବା ପରେ ସୁରଜ ନିଜ ଦୋଷ ସ୍ୱୀକାର କରିଥିଲା।

[caption id="attachment_287203" align="aligncenter" width="730"] image credit- ndtv[/caption]

କିପରି କରିଥିଲା ଯୋଜନା?

ଅକ୍ଟୋବର ୯ ତାରିଖ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ସୁରଜ୍ ୨୦୦ ଟଙ୍କା ଦେଇ ଏକ ଛୁରୀ କିଣି ଥିଲା। ରାତିରେ ପରିବାର ଲୋକଙ୍କ ଶୋଇବାକୁ ସେ ଅପେକ୍ଷା କରିଥିଲା। ରାତି ପ୍ରାୟ ତିନିଟା ବେଳେ ସୁରଜ ପ୍ରଥମେ ତା’ ବାପାଙ୍କୁ ହତ୍ୟା କରିଥିଲା। ପରେ ମାଆ ଓ ଭଉଣୀଙ୍କୁ ହତ୍ୟା କରିଥିଲା।

ଏହା ପରେ ସେ ରକ୍ତାକ୍ତ ଛୁରୀକୁ ବାଥ୍‌ରୁମ୍‌ରେ ଧୋଇଥିଲା। ଛୁରୀକୁ ସେ ବେଡ୍ ତଳକୁ ଫୋପାଡ଼ି ଦେଇଥିଲା। ପରେ ଘରେ ଥିବା ଜିନିତଷପତ୍ରକୁ ଖେଳାଖେଳି କରି ପକାଇ ଦେଇଥିଲା। ଭୋର୍‌ ସାଢ଼େ ୫ଟା ୩୦ ସମୟରେ ସୁରଜ ପାଟି କରି ପାଖ ପଡ଼ୋଶୀଙ୍କୁ ଡାକିଥିଲା। ସେମାନେ ପୁଲିସ୍‌କୁ ଫୋନ୍ କରିଥିଲେ।

କାହିଁକି ହତ୍ୟା କଲା?
ସୁରଜ୍‌ କହିଛି, ତା’ ଉପରେ ପରିବାର ଲୋକ ସବୁ ବେଳେ ନଜର ରଖୁଥିଲେ। ବାହାରକୁ ଛାଡ଼ୁ ନଥିଲେ। ଘରକୁ ଡେରିରେ ଆସିଲେ ଓ ସାଙ୍ଗମାନଙ୍କ ସହ ବୁଲିବାକୁ ଗଲେ ବାପା ପିଟୁଥିଲେ।

ସୂଚନାଯୋଗ୍ୟ, ଦୁଇ ବର୍ଷ ହେଲା ସୁରଜ ଯୁକ୍ତ ଦୁଇରେ ଫେଲ୍‌ ହୋଇ ଘରେ ଥିଲା।

Related story