ରମଜାନରେ 'ରୋଜା' ରଖି ଭାଙ୍ଗିଲେ ଯାଇପାରନ୍ତି ଜେଲ୍‌

ନୂଆଦିଲ୍ଲୀ: ପବିତ୍ର ରମଜାନ ମାସରେ ମୁସଲିମ ଧର୍ମାବଲମ୍ବୀମାନେ ‘ରୋଜା’ ରଖନ୍ତି। ଅର୍ଥାତ ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏ ସେମାନେ କିଛି ଖାଇବେ ନାହିଁ। ତେବେ ଏହି ମାସରେ କୌଣସି ମୁସଲିମ୍‌ ଲୋକ ରୋଜା ଭାଙ୍ଗୁଛି କି ନାହିଁ. ତା’ ଉପରେ ନଜର ରଖିବା ପାଇଁ ମ୍ୟାଲେସିୟା ପୁଲିସ୍‌ ଏକ ଅଭିନବ ଉପାୟ ଅବଲମ୍ବନ କରିଛି। ମୁସଲିମ୍‌ମାନଙ୍କ ଉପରେ ନଜର ରଖିବା ପାଇଁ ମ୍ୟାଲେସିଆ ପୁଲିସ୍‌ ୱେଟ୍‌ର ଏବଂ କୁକ୍‌ ବେଶରେ ବିଭିନ୍ନ ହୋଟେଲ୍‌ରେ ମୁତୟନ ହୋଇଛନ୍ତି। ଯଦି […]

wa

Hemant Lenka
  • Published: Tuesday, 28 May 2019
  • , Updated: 28 May 2019, 07:05 PM IST

ନୂଆଦିଲ୍ଲୀ: ପବିତ୍ର ରମଜାନ ମାସରେ ମୁସଲିମ ଧର୍ମାବଲମ୍ବୀମାନେ 'ରୋଜା' ରଖନ୍ତି। ଅର୍ଥାତ ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏ ସେମାନେ କିଛି ଖାଇବେ ନାହିଁ। ତେବେ ଏହି ମାସରେ କୌଣସି ମୁସଲିମ୍‌ ଲୋକ ରୋଜା ଭାଙ୍ଗୁଛି କି ନାହିଁ. ତା' ଉପରେ ନଜର ରଖିବା ପାଇଁ ମ୍ୟାଲେସିୟା ପୁଲିସ୍‌ ଏକ ଅଭିନବ ଉପାୟ ଅବଲମ୍ବନ କରିଛି।

ମୁସଲିମ୍‌ମାନଙ୍କ ଉପରେ ନଜର ରଖିବା ପାଇଁ ମ୍ୟାଲେସିଆ ପୁଲିସ୍‌ ୱେଟ୍‌ର ଏବଂ କୁକ୍‌ ବେଶରେ ବିଭିନ୍ନ ହୋଟେଲ୍‌ରେ ମୁତୟନ ହୋଇଛନ୍ତି। ଯଦି କେହି ମୁସଲିମ୍‌ ରୋଜା ଭାଙ୍ଗିବାର ଦେଖାଯାଏ, ତା’ହେଲେ ସେମାନେ ଏହାର ଫଟୋ ଉଠାଇବେ। ଏହାକୁ ଦେଶର ଧାର୍ମିକ ସଂସ୍ଥା ବିଭାଗ ନିକଟକୁ ପଠାଇବେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୬ ମାସ ଯାଏ ଜେଲ କିମ୍ବା ୩୨୯ ଆମେରକୀୟ ଡଲାର ଫାଇନ୍ ଦେବାକୁ ମଧ୍ୟ ପଡ଼ିପାରେ।

ଏହି ଗୁଇନ୍ଦାଗିରି କାମରେ ପାଖାପାଖି ୩୨ରୁ ୩୫ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ବିଶେଷ କରି ଭଲ ଚା’ ଏବଂ ନୁଡୁଲ୍‌ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ମ୍ୟାଲେସିୟାର ୧୮୫ଟି ହୋଟେଲ୍‌ରେ ପୁଲିସ ଅଫିସରମାନଙ୍କୁ ମୁତୟନ କରାଯାଇଛି।

ଖାଇବାକୁ ମାଗୁଥିବା ଲୋକଙ୍କ ଭାଷାରୁ ହିଁ ସେମାନେ ମୁସଲିମ୍‌ କିମ୍ବା ଅନ୍ୟ ଧର୍ମର ବୋଲି ଅଧିକାରୀମାନେ ଜାଣିପାରିବାର କ୍ଷମତା ରଖିଛନ୍ତି। କେବଳ ମ୍ୟାଲେସିୟାର ମୁସଲିମ ନୁହେଁ, ଏଠାକୁ ଆସୁଥିବା ସମସ୍ତ ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ବୋଲି ସେଗେମଣ୍ଟ ମ୍ୟୁନିସିପାଲ କାଉନସିଲ ସଭାପତି ମହମ୍ମଦ ମାସନି ୱାକିମାନ କହିଛନ୍ତି। ତେବେ ଏଭଳି ନିମୟକୁ ବହୁ ଲୋକ ବିରୋଧ କରିଛନ୍ତି।

Related story