ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ ବାହାରିଲା

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ଉଭୟ କ୍ଲାସର ପରୀକ୍ଷା ଜୁନ୍‌ ୪ରୁ ଆରମ୍ଭ ହୋଇ ମେ’ ୧୦ ଯାଏ ଚାଲିବ। ପରୀକ୍ଷା ସୂଚୀ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟା ନିଶଙ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରିୟର ଛାତ୍ରଛାତ୍ରୀ ଆଜି ବହୁପ୍ରତିକ୍ଷୀତ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ପରୀକ୍ଷାକୁ ଭଲ ଭାବେ ଶେଷ କରିବାକୁ ଆମେ ସମସ୍ତ […]

v

Hemant Lenka
  • Published: Tuesday, 02 February 2021
  • , Updated: 02 February 2021, 05:48 PM IST

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ଉଭୟ କ୍ଲାସର ପରୀକ୍ଷା ଜୁନ୍‌ ୪ରୁ ଆରମ୍ଭ ହୋଇ ମେ’ ୧୦ ଯାଏ ଚାଲିବ। ପରୀକ୍ଷା ସୂଚୀ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟା ନିଶଙ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରିୟର ଛାତ୍ରଛାତ୍ରୀ ଆଜି ବହୁପ୍ରତିକ୍ଷୀତ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ପରୀକ୍ଷାକୁ ଭଲ ଭାବେ ଶେଷ କରିବାକୁ ଆମେ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛୁ। ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଶୁଭକାମନା।

ଏହାପୂର୍ବରୁ ଶିକ୍ଷାମନ୍ତ୍ରୀ କହିଥିଲେ ଯେ ସିବିଏସଇ ପ୍ରାଟିକାଲ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ। ସେହିପରି ବୋର୍ଡ ପରୀକ୍ଷାର ରେଜଲ୍ଟ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ। ସାଧାରଣତଃ ପ୍ରାଟିକାଲ ପରୀକ୍ଷା ଜାନୁଆରୀରେ ଓ ଲିଖିତ ପରୀକ୍ଷା ମାର୍ଚ୍ଚ ମାସରେ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି।

ଆଜିର ଘୋଷଣା ଅନୁଯାୟୀ, ସିବିଏଇଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଜୁନ୍‌ ୧୧ ଯାଏ ଚାଲିବ। ଶିକ୍ଷାର୍ଥୀମାନେ ଦୁଇଟି ସିଫ୍ଟରେ ଆସି ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ ୧୦.୩୦ରୁ ୧.୩୦ ଓ ଦ୍ୱିତୀୟ ସିଫ୍ଟ ୨.୩୦ରୁ ୫.୩୦ ଯାଏ ଚାଲିବ। ମେ’ ୪ରେ ଇଂରାଜୀ ବିଷୟର ପରୀକ୍ଷା ହେବ।

ପ୍ରଥମ ସିଫ୍ଟର ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ୧୦ରୁ ୧୦.୧୫ ଯାଏ ଉତ୍ତର ଖାତା ଦିଆଯିବ। ସେହିପରି ୧୦.୧୫ରୁ ୧୦.୩୦ ଯାଏ ପ୍ରଶ୍ନପତ୍ର ଦିଆଯିବ। ପିଲାମାନେ ୧୦.୩୦ରେ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ। ସେହିପରି ଦ୍ୱିତୀୟ ସିଫ୍ଟର ପିଲାମାନଙ୍କୁ ୨ଟାରୁ ୨.୧୫ ଯାଏ ଉତ୍ତର ଖାତା ଦିଆଯିବ। ସେହିପରି ୨.୧୫ରୁ ୨.୩୦ ଯାଏ ପ୍ରଶ୍ନପତ୍ର ଦିଆଯିବ। ପିଲାମାନେ ୨.୩୦ରେ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ।

ଅନ୍ୟପକ୍ଷରେ ସିବିଏସଇ ୧୦ମ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ଶିକ୍ଷାର୍ଥୀମାନେ ୧୦.୩୦ରୁ ୧.୩୦ ଯାଏ ପରୀକ୍ଷା ଦେବେ। ଓଡ଼ିଆ ବିଷୟରୁ(ଭାଷା ସବଜେକ୍ଟଟିଭ) ଦଶମ ବୋର୍ଡ ପରୀକ୍ଷା ମେ’ ୪ରୁ ଆରମ୍ଭ ହେବ। ତେବେ ମୁଖ୍ୟ ବିଷୟର ପରୀକ୍ଷା ଇଂରାଜୀ ପେପର୍‌ରୁ ଜୁନ ୬ରୁ ଆରମ୍ଭ ହେବ। ୭ ଜୁନ୍‌ରେ କମ୍ପ୍ୟୁଟର ଆପ୍ଲିକେସନ ବିଷୟ ସହ ଦଶମ ପରୀକ୍ଷା ଶେଷ ହେବ।


ପ୍ରଥମେ ପିଲାମାନଙ୍କୁ ଦିନ ୧୦ରୁ ୧୦.୧୫ ଯାଏ ଉତ୍ତର ଖାତା ଦିଆଯିବ। ଏହାପରେ ଅର୍ଥାତ ୧୦.୧୫ରୁ ୧୦.୩୦ ମଧ୍ୟରେ ପ୍ରଶ୍ନ ପତ୍ର ଦିଆଯିବ। ପିଲାମାନେ ୧୦.୧୫ରୁ ୧୦.୩୦ ଯାଏ ପଶ୍ନପତ୍ରକୁ ପଢ଼ିବେ। ୧୦.୩୦ରୁ ସେମାନେ ଉତ୍ତର ଲେଖିବା ଆରମ୍ଭ କରିବେ।

Related story