ବିଏସଏଫର ‘ଇଦ୍’ ମିଠାକୁ ମନା କଲା ପାକ୍ ସେନା, ସୀମାରେ ଚଳାଇଲା ଗୁଳି

ଜମ୍ମୁ:  ପାକିସ୍ତାନ ସେନାର ବାରମ୍ବାର ଯୁଦ୍ଧବିରତି ନିୟମ ଉଲ୍ଲଂଘନ ସତ୍ତ୍ୱେ ଶନିବାର ପବିତ୍ର ଇଦ୍ ଅବସରରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ) ପକ୍ଷରୁ ପଞ୍ଜାବର ଅମ୍ରିତସର ସ୍ଥିତ ଅଟ୍ରି-ୱାଘା ସୀମାରେ ପାକ୍ ରେଞ୍ଜର୍ସକୁ ମିଠା ପ୍ରଦାନ କରାଯାଇଥିଲା। ତେବେ ପାକିସ୍ତାନ ରେଞ୍ଜର୍ସ ଏହାକୁ ଗ୍ରହଣ କରି ନଥିଲା। ଭାରତ ଓ ପାକିସ୍ତାନର ବିଭିନ୍ନ ପର୍ବପର୍ବାଣୀ ସମୟରେ ଏହି ସୀମାରେ ଦୁଇ ପକ୍ଷର ଯବାନଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ହୁଏ। କିନ୍ତୁ ଏଥର ପାକିସ୍ତାନ ରେଞ୍ଜର୍ସ ମିଠା […]

BSF

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 01:54 PM IST

ଜମ୍ମୁ:  ପାକିସ୍ତାନ ସେନାର ବାରମ୍ବାର ଯୁଦ୍ଧବିରତି ନିୟମ ଉଲ୍ଲଂଘନ ସତ୍ତ୍ୱେ ଶନିବାର ପବିତ୍ର ଇଦ୍ ଅବସରରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ) ପକ୍ଷରୁ ପଞ୍ଜାବର ଅମ୍ରିତସର ସ୍ଥିତ ଅଟ୍ରି-ୱାଘା ସୀମାରେ ପାକ୍ ରେଞ୍ଜର୍ସକୁ ମିଠା ପ୍ରଦାନ କରାଯାଇଥିଲା। ତେବେ ପାକିସ୍ତାନ ରେଞ୍ଜର୍ସ ଏହାକୁ ଗ୍ରହଣ କରି ନଥିଲା। ଭାରତ ଓ ପାକିସ୍ତାନର ବିଭିନ୍ନ ପର୍ବପର୍ବାଣୀ ସମୟରେ ଏହି ସୀମାରେ ଦୁଇ ପକ୍ଷର ଯବାନଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ହୁଏ। କିନ୍ତୁ ଏଥର ପାକିସ୍ତାନ ରେଞ୍ଜର୍ସ ମିଠା ଗ୍ରହଣ କରିବାକୁ ମନା କରି ଦେଇଛି। ବିଏସଏଫର ଅମ୍ରିତସରରେ ଅବସ୍ଥାପିତ ଡିଆଇଜି ଏମ.ଏଫ୍ ଫାରୁକୀ କହିଛନ୍ତି ଯେ ଇଦ୍ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦିଆଯାଇଥିଲା। କିନ୍ତୁ ସେମାନେ ଏହାକୁ ଗ୍ରହଣ କରି ନଥିଲେ। ତେବେ ସୀମାରେ ଭାରତ ପକ୍ଷରୁ ସର୍ବଦା ଶାନ୍ତି ବଜାୟ ରଖାଯିବାର ଧାରାକୁ ଆଗେଇ ନିଆଯିବ।

ଅନ୍ୟପକ୍ଷରେ ବିଏସଏଫ୍ ପକ୍ଷରୁ ଅନ୍ତର୍ଜାତୀୟ ସୀମାର ରେଖାର ଅନେକ ସ୍ଥାନରେ ଏଥର ପାକ୍ ସେନାର ଯବାନଙ୍କୁ ଇଦ୍ ଅବସରରେ ମିଠା ଦିଆଯାଇ ନଥିଲା। ଜମ୍ମୁ ଓ କାଶ୍ମୀରରେ ଉଭୟ ନିୟନ୍ତ୍ରଣ ରେଖା (ଏଲଓସି) ଓ ଅନ୍ତର୍ଜାତୀୟ ସୀମା ରେଖା ନିକଟରେ ପାକିସ୍ତାନ ବାରମ୍ବାର ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରୁଥିବା ପ୍ରତିବାଦରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ବିଏସଏଫର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବିଭିନ୍ନ ପର୍ବପର୍ବାଣୀରେ ଭାରତ ଓ ପାକ୍ ସୀମାରେ ୧୫ ରୁ ୧୬ଟି ସ୍ଥାନରେ ମିଠା ଦିଆନିଆ ହୋଇଥାଏ। ତେବେ ଆଜି ଇଦ୍ ଅବସରରେ ପ୍ରାୟ ୬ଟି ସ୍ଥାନରେ ପାକ୍ ରେଞ୍ଜର୍ସକୁ ବିଏସ୍ଏଫ ତରଫରୁ ମିଠା ଦିଆଯାଇ ନାହିଁ।

ଗୋଟିଏ ପଟେ ଅଟ୍ରି-ୱାଘା ସୀମାରେ ପାକ୍ ସେନା ଭାରତ ପକ୍ଷରୁ ଦିଆଯାଇଥିବା ମିଠାକୁ ଫେରାଇ ଦେଇଥିବା ବେଳେ ଅନ୍ୟପଟେ ଜମ୍ମୁ ଓ କାଶ୍ମୀରରେ ଆଜି ବି ଯୁଦ୍ଧବିରତି ଉଲ୍ଲଂଘନ କରିଛନ୍ତି ପାକ୍ ଯବାନମାନେ। ପୁଞ୍ଚ୍ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଶିବିର ଉପରକୁ ମୋର୍ଟାର ଓ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ବି ଏହାର ପାଲଟା ଜବାବ ଦେଇଥିଲା। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଶୁକ୍ରବାର ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ଚୌକି ଉପରେ ଗୁଳିମାଡ କରାଯାଇଥିଲା। ରାଜୋରୀ ଜିଲ୍ଲାରେ ଗତକାଲି ରାତି ପ୍ରାୟ ସାଢ଼େ ୯ଟାରୁ ଆଜି ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ପାକ୍ ସେନା ଓ ଭାରତୀୟ ସେନା ମଧ୍ୟରେ ଏଠାରେ ଭୀଷଣ ଗୁଳି ବିନିମୟ ହୋଇଥିଲା।

Related story