ୟୁପିରେ ବିରୋଧୀ ମେଣ୍ଟର ଫାଟ, ବିଜେପି ସହ ହାତ ମିଳାଇବାକୁ ମାୟାବତୀ ପ୍ରସ୍ତୁତ

ଲକ୍ଷ୍ନୌ: ୟୁପିରେ ବୁଆ-ବବୁଆ ଯୋଡ଼ିରେ ବ୍ରେକ୍ ଅପ୍। ଲୋକସଭା ନିର୍ବାଚନର ବର୍ଷେ ପରେ ନିଜ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ୟୁପିର ବୁବୁଆ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବଙ୍କ ସହ ମେଣ୍ଟ କରିବା ଭୁଲ୍ ଥିଲା ବୋଲି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ସୁଶ୍ରୀ ମାୟାବତୀ ତଥା ବୁଆ ଗୁରୁବାର କହିଛନ୍ତି। ରାଜ୍ୟରେ ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ହେଲେ ଏଭଳି ସ୍ଥିତିରେ ବିଏସପିର ସାତ […]

Akhilesh-Mayawati

Akhilesh-Mayawati

Subhransu Sekhar
  • Published: Thursday, 29 October 2020
  • Updated: 29 October 2020, 03:01 PM IST

Sports

Latest News

ଲକ୍ଷ୍ନୌ: ୟୁପିରେ ବୁଆ-ବବୁଆ ଯୋଡ଼ିରେ ବ୍ରେକ୍ ଅପ୍। ଲୋକସଭା ନିର୍ବାଚନର ବର୍ଷେ ପରେ ନିଜ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ୟୁପିର ବୁବୁଆ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବଙ୍କ ସହ ମେଣ୍ଟ କରିବା ଭୁଲ୍ ଥିଲା ବୋଲି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ସୁଶ୍ରୀ ମାୟାବତୀ ତଥା ବୁଆ ଗୁରୁବାର କହିଛନ୍ତି। ରାଜ୍ୟରେ ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ହେଲେ ଏଭଳି ସ୍ଥିତିରେ ବିଏସପିର ସାତ ବିଧାୟକଙ୍କୁ ଏସପି ନିଜ ଦଳରେ ସାମିଲ୍ କରାଇ ଅଖଳିଶେ ବାଜି ମାରି ନେଇଥିବା କୁହାଯାଉଛି।

ବିଏସପିର ୭ ବିଧାୟକ ସମାଜବାଦୀ ପାର୍ଟିରେ ମିଶିବା ପରେ ମେଣ୍ଟ ନିଷ୍ପତ୍ତି ଭୁଲ୍ ଥିଲା ବୋଲି ମାୟାବତୀ କହିଛନ୍ତି। ରାଜ୍ୟସଭା ନିର୍ବାଚନ ସମୟରେ ବିଏସପି ଏସପି ପ୍ରାର୍ଥୀଙ୍କୁ କଡ଼ା ମୁକାବିଲା କରିବ ବୋଲି ମାୟାବତୀ କହିଛନ୍ତି। ଏଣିକି ଭବିଷ୍ୟତରେ ହେବାକୁ ଥିବା ଏମଏଲସି ନିର୍ବାଚନରେ ଏସପି ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ବିଏସପି ସମସ୍ତ ଶକ୍ତି ଲଗାଇବୁ। ଆବଶ୍ୟକ ପଡ଼ିଲେ ରାଜ୍ୟର ଶାସକ ଦଳ ବିଜେପି ନହେଲେ ଅନ୍ୟ ଦଳ ସହିତ ହାତ ମିଳାଇବା ପାଇଁ ବିଏସପି ପ୍ରସ୍ତୁତ ବୋଲି ମାୟାବତୀ ହୁଙ୍କାର ଭରିଛନ୍ତି।

ବିଏସପି ସୁପ୍ରିମୋ କହିଛନ୍ତି, 'ଏଥର ଲୋକସଭା ନିର୍ବାଚନରେ ଏନଡିଏ କ୍ଷମତାକୁ ଆସିବାକୁ ରୋକିବା ପାଇଁ ଆମ ଦଳ ଏସପି ସହ ମେଣ୍ଟ କରିଥିଲା। ପୂର୍ବରୁ ଏସପି ମୋର ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା। ହେଲେ ସବୁ ଭୁଲି ମେଣ୍ଟ କରିଥିଲୁ। ନିର୍ବାଚନ ଫଳାଫଳ ପରେ ଏସପିର ହାବଭାବ ଦେଖିବା ପରେ ହତ୍ୟା ମାମଲା ପ୍ରତ୍ୟାହାର କରିବା ବଡ ଭୁଲ ଏବଂ ସେମାନଙ୍କ ସହ ମିଶିବା ନିଷ୍ପତ୍ତି ଭୁଲ୍ ଥିଲା ବୋଲି ମାୟାବତୀ କହିଛନ୍ତି।ଏହାପରେ ବିଏସପି ସୁପ୍ରିମୋ ତାଙ୍କର ୭ ଜଣ ବିଧାୟକଙ୍କୁ ନିଲମ୍ୱିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story