କମଲନାଥଙ୍କ ରଣନୀତିକୁ ଡର! ବିଧାୟକଙ୍କୁ ବସରେ ନେଇଗଲା ବିଜେପି
ଭୋପାଲ: ସମୟ ଯେତେ ଗଡ଼ୁଛି ମଧ୍ୟପ୍ରଦେଶ ରାଜନୀତି ସେତେ ରୋଚକ ହେଉଛି। ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ଫେରାଇ ଆଣିବା ପାଇଁ ତିନି ମନ୍ତ୍ରୀଙ୍କୁ ବେଙ୍ଗାଲୁରୁ ପଠାଉଥିବା ସୂଚନା ରହିଛି। ଅନ୍ୟପଟେ ବିଜେପି ଦଳୀୟ ବିଧାୟକଙ୍କୁ ନେଇ ଅନ୍ୟ କେଉଁଠିକୁ ସ୍ଥାନାନ୍ତର କରିଛି।
ମଧ୍ୟପ୍ରଦେଶ ବିଧାୟକଙ୍କୁ ଗୁଜରାଟ, ହରିଆଣା ନହେଲେ ଦିଲ୍ଲୀ ପଠାଇବା ପାଇଁ ଦଳ ଚିନ୍ତା କରିଥିବା ସୂଚନା ରହିଛି। ପାଖାପାଖି ୫ଟି ବସରେ ବିଧାୟକଙ୍କୁ ଭାୟା ଇନ୍ଦୋର ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ବସକୁ ସୁରକ୍ଷା ଦେବା ପାଇଁ ପ୍ରମୁଖ ବିଜେପି ନେତାଙ୍କ କାର ବସର ଆଗ ପଛରେ ଯାଉଛି।
Madhya Pradesh: Buses parked near the party office in Bhopal, begin leaving from the spot. BJP MLAs of the state have boarded the buses. MLA Vijay Shah (pic 4) says, "We are going either to Bengaluru or Delhi." pic.twitter.com/cp36sxMk4p
— ANI (@ANI) March 10, 2020
ବସରେ ଥିବା ବିଜେପି ବିଧାୟକଙ୍କ ଗସ୍ତ ବାବଦରେ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ। ହେଲେ କିଏ ହୋଲି ପାଳନ କରିବା ପାଇଁ ତ ଆଉ କିଏ ରାଜ୍ୟସଭା ନିର୍ବାଚନ ଆଗକୁ ରହିଛି ସେପାଇଁ ଦଳୀୟ ନିର୍ଦ୍ଦେଶ ପାଳନ କରାଯାଉଛି ବୋଲି ମତ ରଖିଛନ୍ତି।
ଯେହେତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ତେଣୁ କଂଗ୍ରେସ ମଧ୍ୟ ବିଜେପିର ବିଧାୟକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଚେଷ୍ଟା କରିପାରେ ବୋଲି ବିଜେପି ଆକଳନ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।