ବିଜେପିକୁ କୋଲକାତାରେ ରଥଯାତ୍ରା ମନା

କୋଲକାତା: ଆସନ୍ତାକାଲି ବିଜେପି ସଭାପତି ଅମିତ ଶାହ ପଶ୍ଚିମବଙ୍ଗର କୋଚବେହରଠାରେ ରଥଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ଦଳକୁ ଝଟ୍‌କା ଲାଗିଛି। ବିଜେପି ଏଠାରେ କୌଣସି ପ୍ରକାରର ରଥଯାତ୍ରା କରିପାରିବ ନାହିଁ ବୋଲି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଜେପିର ରଥଯାତ୍ରାକୁ ଆସନ୍ତାକାଲି ଅମିତ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଥାଆନ୍ତେ। ଏହା ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବୁଲି ଦଳ ପାଇଁ ପ୍ରଚାର କରିଥାଆନ୍ତା। ତେବେ ଏଭଳି ରଥଯାତ୍ରା ଉପରେ କୋର୍ଟ ୨୦୧୯ ମସିହା ଜାନୁଆରୀ […]

fy

Hemant Lenka
  • Published: Thursday, 06 December 2018
  • , Updated: 06 December 2018, 05:55 PM IST

କୋଲକାତା: ଆସନ୍ତାକାଲି ବିଜେପି ସଭାପତି ଅମିତ ଶାହ ପଶ୍ଚିମବଙ୍ଗର କୋଚବେହରଠାରେ ରଥଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ଦଳକୁ ଝଟ୍‌କା ଲାଗିଛି। ବିଜେପି ଏଠାରେ କୌଣସି ପ୍ରକାରର ରଥଯାତ୍ରା କରିପାରିବ ନାହିଁ ବୋଲି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପିର ରଥଯାତ୍ରାକୁ ଆସନ୍ତାକାଲି ଅମିତ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଥାଆନ୍ତେ। ଏହା ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବୁଲି ଦଳ ପାଇଁ ପ୍ରଚାର କରିଥାଆନ୍ତା। ତେବେ ଏଭଳି ରଥଯାତ୍ରା ଉପରେ କୋର୍ଟ ୨୦୧୯ ମସିହା ଜାନୁଆରୀ ୯ ଯାଏ ରୋକ ଲଗାଇଛନ୍ତି।

କ୍ୟାଲକାଟା ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ବିଜେପି ଡିଭିଜନ୍‌ ବେଞ୍ଚଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି।

ବିଜେପି ରଥାଯାତ୍ରା କରିବାକୁ ଚାହୁଁଥିବେ ବେଳେ କ୍ଷମତାସୀନ ଟିଏମ୍‌ସି ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା।

Related story