ନୂଆଦିଲ୍ଲୀ: କାନ୍ ଫେଷ୍ଟିଭାଲର ରେଡ୍ କାର୍ପେଟ୍ରେ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦ୍ୟୁକୋନ୍, କଙ୍ଗନା ରାଣାୱତ୍ ଏବଂ ସୋନମ୍ କପୁର ଆଦିଙ୍କୁ ନିଶ୍ଚୟ ଦେଖିଥିବେ। ତେବେ ସେମାନଙ୍କ ବ୍ୟତୀତ ଅନ୍ୟ କିଛି ଭାରତୀୟ ମଧ୍ୟ ଶିରୋନାମା ଦଖଲ କରିଥିଲେ। ଆଉ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବା ୱାର୍ଲ୍ଡ ବ୍ଲଗର ପୁରସ୍କାର ହାତେଇଛନ୍ତି ଦୁଇ ଭାରତୀୟ ଭୁବନ ବାମ୍ ଏବଂ ଆଶିଷ ଚଞ୍ଚଲାନୀ।
ଆଉ ଆପଣ ଜାଣି ଖୁସିହେବେ ଯେ, ଭୁବନ ଚଳିତ ବର୍ଷ ପାଇଁ ଗ୍ଲୋବାଲ ଏଣ୍ଟରଟେନର ଅଫ୍ ଦି ଇୟର ୨୦୧୯ ପୁରସ୍କାର ପାଇଁ ବିବେଚିତ ହୋଇଥିଲେ। ଆଉ ଆଶିଷ ବେଷ୍ଟ କମେଡି ଇନ୍ଫ୍ଲୁଏନ୍ସର ପାଇଁ ମନୋନୀତ ହୋଇଥିଲେ। କାନ୍ରେ ୩ ଜଣ ସମ୍ମାନିତ ହୋଇଥିବାବେଳେ ସେଥିରୁ ଜଣେ ଥିଲେ ଭୁବନ।
ଭୁବନ ଏହି ସଫଳତାର ପ୍ରତିକ୍ରିୟାରେ କହିଥିଲେ, ମୁଁ ଏଥିପାଇଁ ବହୁତ ଖୁସି। ଏତେ ବଡ଼ ପ୍ଲାଟଫର୍ମରେ ଗ୍ଲୋବାଲ ଏଣ୍ଟରଟେନର ଅଫ୍ ଦି ଇୟର ପାଇବା ନିଶ୍ଚୟ ବଡ଼ କଥା। ମୁଁ ମୋ ‘ବିବି କି ଭାଇନ୍ସ ଆର୍ମି’କୁ ଏହି ସଫଳତା ପାଇଁ ଶ୍ରେୟ ଦେବାକୁ ଚାହିଁବି ଯେଉଁମାନେ ମୋ ଉପରେ ସବୁବେଳେ ବିଶ୍ୱାସ ରଖି ଆସିଛନ୍ତି।
ଦେଖନ୍ତୁ ଭୁବନଙ୍କର ଏକ ମଜାଦାର ଭିଡିଓ।