ଘୃଣ୍ୟ ମନ୍ତବ୍ୟ ବିବାଦ: ଫେସବୁକ ଅଧିକାରୀଙ୍କ ନାଁରେ ଏଫଆଇଆର

ରାୟପୁର: ଫେସବୁକ ବିଜେପି ନେତା ଓ କର୍ମୀଙ୍କ ହେଟସ୍ପିଚକୁ ପ୍ରୋତ୍ସାହନ ଯୋଗାଉ ଥିବା ଅଭିଯୋଗକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ଫେସବୁକର ଭାରତୀୟ ପଲିସି ମୁଖ୍ୟ ଆଁଖି ଦାସଙ୍କ ବିରୋଧରେ ଆଜି ଛତିଶଗଡ଼ ପୁଲିସ୍‌ ନିକଟରେ ଏଫଆଇଆର ଦିଆଯାଇଛି। ସେ ଧାର୍ମିକ ଭାବନା ଓ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଏଥିରେ କୁହାଯାଇଛି। ଆମେରିକାର ଗଣମାଧ୍ୟମ ୱାଲ ଷ୍ଟ୍ରିଟରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ […]

dty

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 03:53 PM IST

ରାୟପୁର: ଫେସବୁକ ବିଜେପି ନେତା ଓ କର୍ମୀଙ୍କ ହେଟସ୍ପିଚକୁ ପ୍ରୋତ୍ସାହନ ଯୋଗାଉ ଥିବା ଅଭିଯୋଗକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଏବେ ନୂଆ ଘଟଣା ସାମ୍ନାକୁ ଆସିଛି। ଫେସବୁକର ଭାରତୀୟ ପଲିସି ମୁଖ୍ୟ ଆଁଖି ଦାସଙ୍କ ବିରୋଧରେ ଆଜି ଛତିଶଗଡ଼ ପୁଲିସ୍‌ ନିକଟରେ ଏଫଆଇଆର ଦିଆଯାଇଛି। ସେ ଧାର୍ମିକ ଭାବନା ଓ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଏଥିରେ କୁହାଯାଇଛି।

ଆମେରିକାର ଗଣମାଧ୍ୟମ ୱାଲ ଷ୍ଟ୍ରିଟରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ଫେସବୁକ ଦକ୍ଷିଣ ପନ୍ଥୀ ନେତାଙ୍କ ଆଗରେ ଆତ୍ମସମର୍ପଣ କରି ସାରିଛି। ସେମାନେ ଫେସବୁକରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ଓ ଅନ୍ୟର ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେଉଥିଲେ ହେଁ ସଂସ୍ଥା ଏଗୁଡ଼ିକ ହଟାଉ ନାହିଁ କିମ୍ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଭାରତରେ ଥିବା ଫେସବୁକ ଅଧିକାରୀ ଆଁଖି ଦାସ ହିଁ ଏଭଳି ପଲିସି ଆପଣାଇଛନ୍ତି। ଏହାକୁ ନେଇ ଫେସବୁକର ଭାରତୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ଦାସ ବିବାଦରେ ଫସିଥିଲେ। ଏହି ଖବରକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଥିଲେ।

ଆଜି ରାୟପୁରରେ ସାମ୍ବାଦିକ ଅୱେଶ ତିୱାରୀ ପୁଲିସ୍‌ ନିକଟରେ ପହଞ୍ଚି ଆଁଖି ଦାସଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି। ଗତକାଲି ଆଁଖି ଦାସ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏଥିରେ ଅୱେଶ ତିୱାରଙ୍କ ସହ ୫ ଜଣଙ୍କ ନାଁ ରହିଥିଲା। ଆଜି ଦିଆଯାଇଥିବା ଏଫଆଇଆରରେ ଦାସଙ୍କ ବ୍ୟତୀତ ଛତିଶଗଡ଼ର ରାମ ସାହୁ ଓ ମଧ୍ୟପ୍ରଦେଶର ବିବେକ ସିହ୍ନାଙ୍କ ନାଁ ମଧ୍ୟ ରହିଛି।

ୱାଲ ଷ୍ଟ୍ରିଟରେ ଖବର ପ୍ରକାଶ ପାଇବା ପରେ ଅୱେଶ ତିୱାରୀ ଗୋଟିଏ ପୋଷ୍ଟ କରିଥିଲେ। ତେବେ ଏହି ସମୟରେ ସାହୁ ଓ ସିହ୍ନା ତୁରନ୍ତ ଆଁଖି ଦାସଙ୍କ ସପକ୍ଷରେ ଯୁକ୍ତି କରିବା ଆରମ୍ଭ କରିଥିଲେ। ସେମାନେ କହିଥିଲେ ଯେ ଆଁଖି ଦାସ ଜଣେ ହିନ୍ଦୁ। ସେ ନିଜ ଧର୍ମର ଆସ୍ଥା ପାଇଁ ଯାହା ବି କରିଛନ୍ତି ଓ କହିଛନ୍ତି।

ଏହାବାଦ ରାମ ସାହୁ ଅତ୍ୟନ୍ତ ଆପତ୍ତିଜନକ ଫଟୋ ପୋଷ୍ଟ କରିବା ସହ ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେଇଥିବା ସାମ୍ବାଦିକ ତିୱାରୀ ଅଭିଯୋଗ କରିଛନ୍ତି। ନିଜର ପୋଷ୍ଟ ପରେ ତିୱାରୀଙ୍କୁ ହ୍ୱାଟସଆପ ଜରିଆରେ ଧମକପୂର୍ଣ୍ଣ ମେସେଜ ଆସୁଥିବା ମଧ୍ୟ ସେ ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

Related story