ଏଏମୟୁର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଆଲିଗଡ: ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଓ ରାଜ୍ୟ ପୁଲିସ ମଧ୍ୟରେ ସିଏଏକୁ ନେଇ ଡିସେମ୍ୱର ୧୫ରେ ତୁମୁଳକାଣ୍ଡ ଘଟିଥିଲା। ଏହି ଘଟଣାରେ ୟୁପି ପୁଲିସ ବିଶ୍ୱବିଦ୍ୟାଳୟର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆନ୍ଦୋଳନ ବେଳେ ହୋଇଥିବା ହିଂସା ପାଇଁ ବିଦ୍ୟାର୍ଥୀ ଓ ପୁଲିସ ପରସ୍ପର ବିରୋଧରେ ଆରୋପ ଲଗାଇଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ଚାଲିଛି। ଏଏମୟୁର ପୂର୍ବତନ ଛାତ୍ର ସଂଘର ଅଧ୍ୟକ୍ଷ ସଲମାନ ଇମତିଆଜ କହିଛନ୍ତି, ଆନ୍ଦୋଳନ […]

AMU CAA PROTEST

Subhransu Sekhar
  • Published: Saturday, 28 December 2019
  • , Updated: 28 December 2019, 11:18 AM IST

ଆଲିଗଡ: ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଓ ରାଜ୍ୟ ପୁଲିସ ମଧ୍ୟରେ ସିଏଏକୁ ନେଇ ଡିସେମ୍ୱର ୧୫ରେ ତୁମୁଳକାଣ୍ଡ ଘଟିଥିଲା। ଏହି ଘଟଣାରେ ୟୁପି ପୁଲିସ ବିଶ୍ୱବିଦ୍ୟାଳୟର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆନ୍ଦୋଳନ ବେଳେ ହୋଇଥିବା ହିଂସା ପାଇଁ ବିଦ୍ୟାର୍ଥୀ ଓ ପୁଲିସ ପରସ୍ପର ବିରୋଧରେ ଆରୋପ ଲଗାଇଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ଚାଲିଛି।

ଏଏମୟୁର ପୂର୍ବତନ ଛାତ୍ର ସଂଘର ଅଧ୍ୟକ୍ଷ ସଲମାନ ଇମତିଆଜ କହିଛନ୍ତି, ଆନ୍ଦୋଳନ ବେଳେ ହିଂସା ପାଇଁ ପୁଲିସ୍ ଦାୟୀ। ଏହାପରେ ଡିସେମ୍ୱର ୧୬ରେ ୟୁପି ପୁଲିସ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲା। ଏକ ଭିଡିଓ ଫୁଟେଜ ଟୁଇଟ କରି ୟୁପି ପୁଲିସ ଦେଖାଇଥିଲା କିଭଳି ଏଏମୟୁର ବିଦ୍ୟାର୍ଥୀ ଗେଟ ନିକଟକୁ ଏକାଠି ଆସୁଛନ୍ତି। ଆଉ ବନ୍ଦଥିବା ଗେଟକୁ ସମସ୍ତେ ମିଶି କିଭଳି ଠେଲୁଛନ୍ତି।

ଏହି ଭିଡିଓ ପୋଷ୍ଟ ପରେ ଆଲିଗଡ ଏସଏସପି ଆକାଶ କୁଲହରୀ କହିଥିଲେ, ଭିଡିଓରୁ ଅନୁମାନ କରି ହେଉଥିବା କିଏ ଗେଟ୍ ଭାଙ୍ଗିଛି। ପୁଲିସ ନିଜର ଆତ୍ମରକ୍ଷା ପାଇଁ ବଳ ପ୍ରୟୋଗ କରିଛି। ଏହି ସମୟରେ ଜଣେ ଛାତ୍ରର ହାତ କଟିଯାଇଥିଲା।

ସେହିପରି ଏଏମୟୁ ବିଦ୍ୟାର୍ଥୀ ମାନେ ପୁଲିସ ବିରୋଧରେ ବର୍ବରତା ଅଭିଯୋଗ ଆଣି ଡିସେମ୍ୱର ୨୫ରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏଥିପାଇଁ ୧୨୦୦ ଅଜ୍ଞାତ ଲୋକଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି। ନିଷେଧାଞ୍ଚଳରେ ଆନ୍ଦୋଳନ କରାଯାଇଥିବାରୁ ପୁଲିସ ଏହି ମାମଲା ରୁଜୁ କରିଛି ବୋଲି ସଫେଇ ଦେଇଛି।

Related story