ମୋ ନାଁରେ ଯେତେ କେସ୍‌ କରିବ, ମୁଁ ସେତେ ଖୁସି ହେବି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଭିନ୍ନ ଶୈଳୀରେ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ଓ କେନ୍ଦ୍ର ସରକାର ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରୁଥିବାରୁ ଏହା ଉପରେ ରାହୁଲ ଭିନ୍ନ ଅନ୍ଦାଜରେ ଜବାବ ଦେଇଛନ୍ତି। ସେ କହିଛନ୍ତି, ମୋ ନାଁରେ ଯେତେ ମାମଲା ରୁଜୁ କଲେ ବି ମୁଁ ପଛ ଘୁଞ୍ଚା ଦେବିନାହିଁ। ଏସବୁ ମାମଲା ଗୁଡ଼ିକୁ ମୁଁ ମୋର ପଦକ ଭାବେ ଗ୍ରହଣ […]

f

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 04:13 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଭିନ୍ନ ଶୈଳୀରେ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ଓ କେନ୍ଦ୍ର ସରକାର ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରୁଥିବାରୁ ଏହା ଉପରେ ରାହୁଲ ଭିନ୍ନ ଅନ୍ଦାଜରେ ଜବାବ ଦେଇଛନ୍ତି।

ସେ କହିଛନ୍ତି, ମୋ ନାଁରେ ଯେତେ ମାମଲା ରୁଜୁ କଲେ ବି ମୁଁ ପଛ ଘୁଞ୍ଚା ଦେବିନାହିଁ। ଏସବୁ ମାମଲା ଗୁଡ଼ିକୁ ମୁଁ ମୋର ପଦକ ଭାବେ ଗ୍ରହଣ କରିବି। ଖାଲି ସେତିକି ନୁହେଁ, ମୋ ନାଁରେ ଯେତେ ମାମଲା ରୁଜୁ ହେବ, ମୁଁ ସେତିକି ଖୁସି ହେବି ବୋଲି ରାହୁଲ କହିଛନ୍ତି।

ୱାୟନାଡରେ ଆୟୋଜିତ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ର କନଭୋକେସନରେ ଯୋଗଦେଇ ରାହୁଲ କହିଛନ୍ତି, “ମୋ ନାଁରେ ଏବେ ୧୫ରୁ ୧୬ଟି ମାମଲା ରହିଛି। ଆପଣ ଯେତେବେଳେ ଜଣେ ସୈନ୍ୟ କଥା ବିଚାରକୁ ନେବେ ସେତେବେଳେ ଦେଖିବେ ଯେ ତାଙ୍କ ଛାତିରେ ଯେତେ ପଦକ ଥିବ ସିଏ ସେତେ ଖୁସି ହେଉଥିବେ।

ପ୍ରତିଟି କେସ୍‌ ମୋ ପାଇଁ ଗୋଟିଏ ଲେଖାଏ ପଦକ। ସେମାନେ ଯେତେ କେସ କରିବେ ମୁଁ ସେତେ ଖୁସି ହେବି। ମହିଳା, ସବୁ ଧର୍ମର ଲୋକ, ସଂପ୍ରଦାୟ ଓ ବିଭିନ୍ନ ଆଦର୍ଶର ଲୋକମାନେ ରହିବା ହେଉଛି ଆମ ଦେଶର ଶକ୍ତି।

ଆପଣମାନେ ଯେତେଥର କେସ କରିବେ, ମୁଁ ସେତେଥର ଭଲ ପାଇବାର ବାର୍ତ୍ତା ଦେବି। ସେମାନେ ମୋ ନାଁରେ କେସ୍‌ କରିବା ଅର୍ଥ ମୋ ଛାତିରେ ଗୋଟିଏ ଲେଖାଏ ମେଡାଲ ଲଗାଇବା ସହ ସମାନ।”

Related story