ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି ରହିଛି। ଏହାରି ଭିତରେ ଆୟରୁ ଅଧିକ ସମ୍ପତ୍ତି ରଖିବା ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ସିଂହ ଯାଦବ, ତାଙ୍କ ସ୍ତ୍ରୀ ଡିମ୍ପଲ ସିଂହ ଯାଦବ ଓ ବାପା ମୁଲାୟମ ସିଂହ ଯାଦବଙ୍କୁ ସିବିଆଇ ଆଜି କ୍ଲିନ୍ ଚିଟ୍ ଦେଇଛି ।
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏହି ମାମଲାର ତଦନ୍ତ କରି କୌଣସି ପ୍ରମାଣ ପାଇନଥିବା ଦର୍ଶାଇଥିଲା। ଏହାପରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ନିଜ ଷ୍ଟାଟସ ରିପୋର୍ଟ ଦାଖଲ କରି କ୍ଲିନ୍ ଚିଟ୍ ଦେଇଛି ଉତ୍ତର ପ୍ରଦେଶର ଏହି ଯାଦବ ପରିବାରକୁ। ତେବେ ଗ୍ରୀଷ୍ମ ଅବକାଶ ଛୁଟି ଖୋଲିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦୧୩ ପରେ ଆୟରୁ ଅଧିକ ସମ୍ପତ୍ତି ରଖିଥବା ନେଇ ଅଖିଲେଶ ଓ ତାଙ୍କ ବାପା ଓ ତାଙ୍କ ସ୍ତ୍ରୀଙ୍କ ବିରୋଧରେ କୌଣସି ତଦନ୍ତ ହୋଇନଥିଲା। ଏହାପରେ ମମାଲାର ତଦନ୍ତ ଆଗକୁ ନେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଇନଜୀବୀ ବିଶ୍ୱନାଥ ଚତୁର୍ବେଦୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ବେଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
Politics
ସୋରେନ ପରିବାରର ୩ ଜଣ ଜିତିଲେ, କିନ୍ତୁ ବିଜେପିରୁ ଲଢ଼ୁଥିବା ବଡ଼ ଭାଉଜ ହାରିଲେ
ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
Politics
ଜିତିଲେ ରାଜ୍ୟପାଳଙ୍କ ବୋହୂ, ହାରିଲେ ଓଡ଼ିଶାର କଂଗ୍ରେସ ପ୍ରଭାରୀ
ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ କୁମାରଙ୍କୁ ୬୪,୩୨୦ ଖଣ୍ଡ ଭୋଟ ମିଳିଛି।