ଚେନ୍ନାଇ: ବହୁଚର୍ଚ୍ଚିତ ଗୁଟ୍କା ଦୁର୍ନୀତି ମାମଲାରେ ତାମିଲନାଡ଼ୁ ଡିଜିପି ଆଶୁତୋଷ ଶୁକ୍ଲାଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି। ୨୦୧୬ ମେ’ ମାସରେ ବିଧାନସଭା ନିର୍ବାଚନ ସମୟରେ ଶୁକ୍ଲା ଚେନ୍ନାଇ ପୁଲିସ୍ ଦାୟିତ୍ୱରେ ଥିବା ସମୟରେ ପୁଲିସ୍ କମିଶନର୍ଙ୍କ ଆକାଉଣ୍ଟରେ କିଛି ଟଙ୍କା ଆସିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମେ’ ୮ ତାରିଖରେ ଶୁକ୍ଲାଙ୍କୁ ତାଙ୍କ କାର୍ଯ୍ୟାଳୟରେ ହିଁ ଜେରା କରାଯାଇଥିଲା। ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ ପୂର୍ବରୁ ତାଙ୍କୁ ପୁଣି ପଚରାଉଚରା କରାଯିବାର ଅଛି।
ଏହି ପ୍ରସଙ୍ଗରେ ଶୁକ୍ଲା କହିଛନ୍ତି, ତାମିଲନାଡ଼ୁ ପୁଲିସ୍ ମୁଖ୍ୟ ଟିକେ ରାଜେନ୍ଦ୍ରନ୍ଙ୍କଠାରୁ ଏହି ବିଷୟରେ ସୂଚନା ପାଇଥିଲେ। ଇମାମ୍ ଅଲ୍ଲୀ ଅପରେସନ୍ରେ ତାଙ୍କର ଭୂମିକା ରହିଥିବାରୁ ତାଙ୍କୁ ଜେଡ୍ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି। ତେଣୁ ଜେଲ୍ ମୁଖ୍ୟାଳୟରେ ବା ଶୁକ୍ଲାଙ୍କ କାର୍ଯ୍ୟାଳୟରେ ଏହି ପଚରାଉଚରା ହୋଇଥିଲା ବୋଲି ବିଶ୍ୱାସ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।