ଇବୋବିଙ୍କ ଘରେ ସିବିଆଇ ଚଢ଼ଉ, ମିଳିଲା ୨୬ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌

ଇମ୍ଫାଲ୍‌: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂହଙ୍କ ଘରେ ଆଜି ଚଢ଼ଉ କରିଛି। ଏହି ଚଢ଼ଉରେ ୨୬ ଲକ୍ଷ ଟଙ୍କାର ନୋଟ୍‌ ଜବତ କରାଯାଇଛି, ଯାହାକି ନୋଟ୍‌ବନ୍ଦୀ ପୂର୍ବରୁ ପ୍ରଚଳିତ ଥିଲା। ଏହି ଅବସରରେ ବିଳାସମୟ ଦାମୀ ଗାଡ଼ି ମଧ୍ୟ ଜବତ କରାଯାଇଛି। ସିବିଆଇ ପକ୍ଷରୁ ମଣିପୁର, ମେଘାଳୟ ଏବଂ ହରିଆଣାର ବିଭିନ୍ନ ସ୍ଥାନରେ ଆଜି ଚଢ଼ଉ କରାଯାଇଥିଲା। ପ୍ରାୟ ୩୩୨ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ […]

ibobi

Subrat Kumar Nayak
  • Published: Friday, 22 November 2019
  • , Updated: 22 November 2019, 09:47 PM IST

ଇମ୍ଫାଲ୍‌: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂହଙ୍କ ଘରେ ଆଜି ଚଢ଼ଉ କରିଛି। ଏହି ଚଢ଼ଉରେ ୨୬ ଲକ୍ଷ ଟଙ୍କାର ନୋଟ୍‌ ଜବତ କରାଯାଇଛି, ଯାହାକି ନୋଟ୍‌ବନ୍ଦୀ ପୂର୍ବରୁ ପ୍ରଚଳିତ ଥିଲା।

ଏହି ଅବସରରେ ବିଳାସମୟ ଦାମୀ ଗାଡ଼ି ମଧ୍ୟ ଜବତ କରାଯାଇଛି। ସିବିଆଇ ପକ୍ଷରୁ ମଣିପୁର, ମେଘାଳୟ ଏବଂ ହରିଆଣାର ବିଭିନ୍ନ ସ୍ଥାନରେ ଆଜି ଚଢ଼ଉ କରାଯାଇଥିଲା। ପ୍ରାୟ ୩୩୨ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ମାମଲା ନେଇ ସିବିଆଇ ବର୍ତ୍ତମାନ ତଦନ୍ତ କରୁଛି।

ପୂର୍ବରୁ ଇବୋବି ସିବଆଇ ତଦନ୍ତକୁ ସ୍ୱାଗତ କରିଥିଲେ। ସେ ଦିଲ୍ଲୀଠାରେ କହିଥିଲେ, ମୁଁ ଏହାକୁ ସ୍ୱାଗତ କରୁଛି। ମୁଁ କହିସାରିଛି ଯଦି ସେମାନେ ଭାବୁଛନ୍ତି ମୁଁ କିଛି ଭୁଲ କରିଛି ତଦନ୍ତ ପରେ ହିଁ ଏହା ପ୍ରମାଣିତ ହୋଇପାରିବ। ସେ କହିଥିଲେ, କେବଳ ସିବଆଇ ନୁହେଁ ଇଡି ଏବଂ ଏନ୍‌ଆଇଏ ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ଅଛି।

Related story