'ଲୟର୍ସ କଲେକ୍ଟିଭ୍' ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା ଅଭିଯୋଗ ହୋଇଥିଲା। ମିଡିଆରେ ଏଚଆଇଭି ଏଡସ ସମ୍ପର୍କରେ ସଚେତନତା ତଥା ଓକିଲାତି କରିବା ପାଇଁ ଏହି ଟଙ୍କା ଲୟର୍ସ କଲେକ୍ଟିଭ ମାଧ୍ୟମରେ ଆସିଥିଲା ବୋଲି ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା। ଏଥିସହ ତାଙ୍କର ଏହି ସଂସ୍ଥା ଏଫସିଆରଏ ଆଇନ ବିରୋଧରେ ଧାରଣା ଦେଇଥିଲା। ଏହା ସରକାରୀ ଆଇନ ବିରୋଧୀ କାର୍ଯ୍ୟକ୍ରମ ବୋଲି ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ 'ଲୟର୍ସ କଲେକ୍ଟିଭ'ର ଏଫସିଆରଏ ଲାଇସେନ୍ସ ରଦ୍ଦ କରି ଦେଇଥିଲା। ଏହାପରେ ସିବିଆଇ ଆଇନଜୀବୀ ଆନନ୍ଦ ଗ୍ରୋଭର ଏବଂ ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିଲା।
ତେବେ ସିବିଆଇ ଯେଉଁ ଅଭିଯୋଗ ତାଙ୍କ ବିରୋଧରେ ଆଣିଛି ତାହା ଭିତ୍ତିହୀନ ବୋଲି ଆନନ୍ଦ ଗ୍ରୋଭର କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୯ ରୁ ୨୦୧୪ ୟୁପିଏ ସରକାର ବେଳେ ଅତିରିକ୍ତ ସେଲିସିଟର ଜେନେରାଲ ଥିଲେ ଇନ୍ଦିରା ଜୟସିଂ ଏବଂ ଆନନ୍ଦ ଗ୍ରୋଭର। ଏହି ସମୟରେ ତାଙ୍କ ବିରୋଧରେ ବେଆଇନ ଭାବରେ ବିଦେଶୀ ଟଙ୍କା ତାଙ୍କ ସଂସ୍ଥା ପାଇଁ ଆଣୁଥିଲେ ବୋଲି ଅଭିଯୋଗ ହୋଇଥିଲା।