ମର୍ଡର ଲାଇଭ୍: ସିସିଟିଭିରେ କଏଦ ହତ୍ୟାର ଦୃଶ୍ୟ

ମହାରାଷ୍ଟ୍ରର ଧୁଲେ ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସେଠାରେ ଥିବା ଏକ ଚା ଦୋକାନରେ ହୋଇଥିବା ହତ୍ୟାକାଣ୍ଡର ସିସିଟିଭି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୧୮ ତାରିଖ ମଙ୍ଗଳବାର ସକାଳ ୬ଟାରେ ୧୧ ଜଣ ଯୁବକ ରଫିକୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗୁଳି କିରିଥିଲେ ଓ ତା ପରେ ଛୁରିରେ ମାରି ଲହୁଲୁହାଣ କରି ଦେଇଥିଲେ। ସୂଚନା ଅନୁଯାୟୀ, ରଫିକ୍ ଚା ପିଉଥିବା ସମୟରେ ୧୧ ଜଣ […]

maharashtral

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 06:58 PM IST

ମହାରାଷ୍ଟ୍ରର ଧୁଲେ ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସେଠାରେ ଥିବା ଏକ ଚା ଦୋକାନରେ ହୋଇଥିବା ହତ୍ୟାକାଣ୍ଡର ସିସିଟିଭି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୧୮ ତାରିଖ ମଙ୍ଗଳବାର ସକାଳ ୬ଟାରେ ୧୧ ଜଣ ଯୁବକ ରଫିକୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗୁଳି କିରିଥିଲେ ଓ ତା ପରେ ଛୁରିରେ ମାରି ଲହୁଲୁହାଣ କରି ଦେଇଥିଲେ। ସୂଚନା ଅନୁଯାୟୀ, ରଫିକ୍ ଚା ପିଉଥିବା ସମୟରେ ୧୧ ଜଣ ବ୍ୟକ୍ତି ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣର କିଛି ସମୟ ପରେ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓକୁ ମାଧ୍ୟମ କରି ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି । ତେବେ ଅନୁଧ୍ୟାନ ପରେ ମୃତକ ରଫିକଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ମୃତକ ଜଣଙ୍କ ୩୩ଟି ଅପରାଧ ମାମଲାରେ ସମ୍ପୃକ୍ତ ଥିବା ସହ ଧୁଲେ ନଗରପାଳିକା କାର୍ଯ୍ୟାଳୟ ପୋଡ଼ି ଘଟଣାରେ ଜଡ଼ିତ । ତା ସହ ବିଭିନ୍ନ ପ୍ରକାର ଲୁଟ୍ ଓ ଅପହରଣ ଘଟଣାରେ ସାମିଲ ରହିଥିବା ଜଣା ପଡିଥିଲା । ଏହି ହତ୍ୟାକାଣ୍ଡ ପରସ୍ପର ମଧ୍ୟରେ ବିବାଦରୁ ହୋଇଥିବା ଜଣାପଡ଼ିଛି।

Related story