ପାକ୍‌ ଆତଙ୍କବାଦୀଙ୍କ ମୋର୍ଟାର ମାଡରେ ୩ ସାଧାରଣ ଲୋକଙ୍କ ମୃତ୍ୟୁ: ଜବାବ ଦେଲା ସେନା  

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ। ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଭାରତୀୟ ସୀମାରେ ମୋର୍ଟାର ମାଡ କରିଛି ପାକ୍ ସେନା।   ଗୁଳିମାଡରେ ୩ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି ।  ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି ।   କୁପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା  ପକ୍ଷରୁ ପଣ୍ଡ କରାଯାଇଥିଲେ ମଧ୍ୟ ଭାରତର ଚେତାବନୀକୁ […]

j111

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 02:27 PM IST

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ। ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଭାରତୀୟ ସୀମାରେ ମୋର୍ଟାର ମାଡ କରିଛି ପାକ୍ ସେନା।   ଗୁଳିମାଡରେ ୩ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୮ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି ।  ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି ।   କୁପୱାରାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା  ପକ୍ଷରୁ ପଣ୍ଡ କରାଯାଇଥିଲେ ମଧ୍ୟ ଭାରତର ଚେତାବନୀକୁ ପାକିସ୍ତାନ ବାରମ୍ବାର ଅଣଦେଖା କରିଆସୁଛି  ।

ପୁଞ୍ଚ୍ ସେକ୍ଟରରେ କେରୀ ଓ ଦିବଗର ଅଞ୍ଚଳରେ ପାକ୍ ସେନା ପକ୍ଷରୁ ଆଜି ସକାଳେ ଗୁଳି ମାଡ଼  ହୋଇଥିଲା। ଏଥିଯୋଗୁ ଶାହାପୁର, କ୍ରେନି ଓ କସବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।   କିଛି ସ୍ଥାନରେ ଜଂଗଲରେ ନିଆଁ ଲାଗିଯାଇଛି  ।  କୁପୱାରା ଜିଲ୍ଲାର ଟଙ୍ଗଧର ସେରରେ ୪ରୁ୫ଜଣ ଆତଙ୍କାବାଦୀ ଭାରତର ସୀମା ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ  ସେନା ପକ୍ଷରୁ କିନ୍ତୁ ଏହାର କଡା ଜବାବ ଦିଆଯାଇଥିଲା । ସେନାର ଗୁଳିମାଡରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ପୁରା ଅଂଚଳକୁ କର୍ଡନ କରି ସେନା ପକ୍ଷରୁ ଅପରେସନ ଜାରି ରହିଛି।

Related story