କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି, ନାବାଳିକାକୁ ଦୁଷ୍କର୍ମ କଲେ ମୃତ୍ୟୁ ଦଣ୍ଡ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମିଟିଂ ହୋଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ବୈଠକରେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଦୋଷୀଙ୍କ ବିରୋଧରେ ଆଇନକୁ ଆହୁରି ମଜଭୁତ କରିଛନ୍ତି ସରକାର। ଏଥିସହ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ନଦୀ ବିବାଦର ସମାଧାନ ପାଇଁ ସିଙ୍ଗଲ୍ ବା ଏକକ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସନ୍ତୋଷ ଗଙ୍ଗଓ୍ୱାର ଏବଂ ନରେନ୍ଦ୍ର ସିଂହ […]

cabinet meeting

Subhransu Sekhar
  • Published: Wednesday, 10 July 2019
  • , Updated: 10 July 2019, 08:22 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମିଟିଂ ହୋଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ବୈଠକରେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଦୋଷୀଙ୍କ ବିରୋଧରେ ଆଇନକୁ ଆହୁରି ମଜଭୁତ କରିଛନ୍ତି ସରକାର। ଏଥିସହ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ନଦୀ ବିବାଦର ସମାଧାନ ପାଇଁ ସିଙ୍ଗଲ୍ ବା ଏକକ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଅନୁମୋଦନ ଦେଇଛନ୍ତି।

କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସନ୍ତୋଷ ଗଙ୍ଗଓ୍ୱାର ଏବଂ ନରେନ୍ଦ୍ର ସିଂହ ତୋମାର ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ୨୦୧୨ରେ ଥିବା ପକ୍ସୋ ଆଇନକୁ ସଂଶୋଧନ କରାଯାଇଛି। ଯେଉଁଥିରେ ନାବାଳିକାଙ୍କ ବିରୋଧରେ ଦୁଷ୍କର୍ମ ବା ଯୌନ ଶୋଷଣ ଅପରାଧରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିବ ।

ସେହିପରି କ୍ୟାବିନେଟ ତୃତୀୟ ଲିଙ୍ଗୀଙ୍କ ସାମାଜିକ ସୁରକ୍ଷା ପାଇଁ ଏକ ବିଧେୟକକୁ ଅନୁମୋଦନ କରିଛନ୍ତି। ଏହି ବିଧେୟକ ପାରିତ ହେଲେ ତୃତୀୟ ଲିଙ୍ଗୀ ସାମାଜିକ, ଆର୍ଥିକ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ସରକାରୀ ସହାୟତା ଲାଭ କରିପାରିବେ।

ଏହା ବ୍ୟତୀତ ରାଜ୍ୟ-ରାଜ୍ୟ  ମଧ୍ୟ ଦେଇ ଯାଇଥିବା ନଦୀର ଜଳ ବଣ୍ଟନ ସମସ୍ୟାର ସମାଧାନ ପାଇଁ ସିଙ୍ଗଲ୍ ଟ୍ରିବ୍ୟୁନାଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ନଦୀର ପାଣିକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ଶୀଘ୍ର ହୋଇପାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

ସେହିପରି ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ବିଧେୟକ ବିଲକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଜରିଆରେ ଆଗାମୀ ଦିନରେ ୧ ଲକ୍ଷ ୨୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କେନ୍ଦ୍ର ୮୦ ହଜାର ୨୫୦ କୋଟି ଟଙ୍କା ମଞ୍ଜୁର କରିଛି।

ଏଥିସହ ଦେଶର ସମସ୍ତ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବାକୁ ବାଧ୍ୟ କରାଯିବ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଛି। ଏଥିସହ କମ୍ପାନୀ ମାନେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଇବା ବାଧ୍ୟତା ମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି କର୍ମସ୍ଥଳୀ ଗୁଡିକରେ ମହିଳାଙ୍କ କାମର ସମୟ ସକାଳ ୬ରୁ ସଧ୍ୟା ୭ ରହିଛି । ଯଦି ଏହି ସମୟ ପରେ ମହିଳା ମାନେ ଅଫିସରେ ରହିବେ, ତା'ହେଲେ ଆବଶ୍ୟକ ସୁରକ୍ଷା କମ୍ପାନୀ ଯୋଗାଇଦେବା ଦରକାର। ସେହିପରି ଯେଉଁ କର୍ମଚାରୀ ନିର୍ଦ୍ଧାରିତ  ସମୟରୁ ଅଧିକ କାମ କରିବେ ସେଥିପାଇଁ କମ୍ପାନୀ କର୍ମଚାରୀଙ୍କ ଆଗୁଆ ଅନୁମତି ନେବା ଦରକାର ବୋଲି ନିଷ୍ପତ୍ତି ନିଆଯାଇଛି।

Related story