ସରୋଗେସି ରେଗୁଲେସନ ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ରାଜ୍ୟସଭାର ୨୩ ସଦସ୍ୟଙ୍କୁ ନେଇ ଗଠିତ ସିଲେକ୍ସନ କମିଟି ସରୋଗେସି ରେଗୁଲେସନ ବିଲ୍ ୨୦୧୯ରେ ୧୫ଟି ପରିବର୍ତ୍ତନ କରିଛନ୍ତି। ଏହାପରେ ସିଲେକ୍ସନ କମିଟିର ସୁପାରିଶ କ୍ରମେ ବୁଧବାର କେନ୍ଦ୍ର ସରକାର ସରୋଗେସି ରେଗୁଲେସନ ବିଲକୁ ମଞ୍ଜୁରୀ ଦେଇଛି। ନୂଆ ସରୋଗେସି ଅନୁଯାୟୀ ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ କେହି ମହିଳା ଇଚ୍ଛୁକ ଥିଲେ ସରୋଗେସି ହୋଇପାରିବେ। ଜଣେ ବିଧବା ମହିଳା କିମ୍ୱା ଛାଡପତ୍ର ମହିଳା ମଧ୍ୟ ସରୋଗେସି ହୋଇପାରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ନେଇ […]

SURROGECY

SURROGECY

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 09:57 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାର ୨୩ ସଦସ୍ୟଙ୍କୁ ନେଇ ଗଠିତ ସିଲେକ୍ସନ କମିଟି ସରୋଗେସି ରେଗୁଲେସନ ବିଲ୍ ୨୦୧୯ରେ ୧୫ଟି ପରିବର୍ତ୍ତନ କରିଛନ୍ତି। ଏହାପରେ ସିଲେକ୍ସନ କମିଟିର ସୁପାରିଶ କ୍ରମେ ବୁଧବାର କେନ୍ଦ୍ର ସରକାର ସରୋଗେସି ରେଗୁଲେସନ ବିଲକୁ ମଞ୍ଜୁରୀ ଦେଇଛି। ନୂଆ ସରୋଗେସି ଅନୁଯାୟୀ ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ କେହି ମହିଳା ଇଚ୍ଛୁକ ଥିଲେ ସରୋଗେସି ହୋଇପାରିବେ। ଜଣେ ବିଧବା ମହିଳା କିମ୍ୱା ଛାଡପତ୍ର ମହିଳା ମଧ୍ୟ ସରୋଗେସି ହୋଇପାରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏହି ବୈଠକ ବସିଥିଲା।

ବୈଠକ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ‘ରାଜ୍ୟସଭା ସିଲେକ୍ସନ କମିଟିର ସୁପାରିଶକ୍ରମେ ସରୋଗେସୀ ରେଗୁଲେଶନ ବିଲକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁରୀ ଦେଇଛି’। ସଂସଦର ଏକ କମିଟିର ସୁପାରିଶ କ୍ରମେ ଏବେ ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ କେହି ମହିଳା ଇଚ୍ଛୁକ ଥିଲେ ସରୋଗେସି ହୋଇପାରିବେ।

ସରୋଗେସିରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ପାଇଁ ଗର୍ଭଧାରଣ କରିଥାନ୍ତି । ସନ୍ତାନ ପ୍ରସବ ପରେ ଜନ୍ମିତ ଶିଶୁଟିକୁ ସରୋଗେସି କରିଥିବା ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଏ। ସେରୋଗେସି କରିବା ପାଇଁ ସଂପୃକ୍ତ ଦମ୍ପତ୍ତି ଭାରତୀୟ ନାଗରିକ ହୋଇଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos