ନୂଆଦିଲ୍ଲୀ: ବିପିଏଲ କାର୍ଡଧାରୀଙ୍କୁ ମୋଦି ସରକାର ଶସ୍ତାରେ ଖାଦ୍ୟ ସାମଗ୍ରୀ ଯୋଗାଇ ପାରନ୍ତି। ଗତବର୍ଷ ବଳକା ରହିଥିବା ଖାଦ୍ୟ ସାମଗ୍ରୀ ଚାଉଳ, ଚିନି, ଗହମ ଆଦି ଗୋଦାମରେ ଜମା ହୋଇ ରହିଛି। ତେଣୁ ନୂଆ ଖାଦ୍ୟ ସାମଗ୍ରୀ ରଖିବା ପାଇଁ ସ୍ଥାନ ନାହିଁ। ଏଭଳି ସ୍ଥିତିରେ ପୁରୁଣା ମହଜୁଦ ଖାଦ୍ୟ ସାମଗ୍ରୀକୁ ରିହାତି ଦରରେ ବିପିଏଲ କାର୍ଡଧାରୀକୁ ବାଣ୍ଟିବା ପାଇଁ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ) ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛି। ଖୁବଶୀଘ୍ର କେନ୍ଦ୍ର ସରକାର ଏବାବଦରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
କେନ୍ଦ୍ର ସରକାର ଯଦି ଏଫସିଆଇ ପ୍ରସ୍ତାବରେ ରାଜି ହୁଅନ୍ତି, ତା'ହେଲେ ୧୬. ୩ କୋଟି ଲୋକ ଉପକୃତ ହେବେ। ଏବେ ବିପିଏଲ କାର୍ଡଧାରୀଙ୍କୁ ୧୩.୫ ଟଙ୍କାରେ ଚିନି ମିଳୁଛି। ସେହିପରି ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଗହମ କିଲୋ ପିଛା ୨ଟଙ୍କା ଓ ଚାଉଳ ୩ଟଙ୍କାରେ ପ୍ରଦାନ କରାଯାଉଛି ।
ଯଦି ଏଫସିଆଇର ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରନ୍ତି, ତାହେଲେ ୪ ହଜାର ୭୨୭ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
National
୨୬ରେ ଶପଥ ନେବେ ହେମନ୍ତ ସୋରେନ୍
ଆଜି ଅପରାହ୍ନ ୪ଟାରେ ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ। ଏହା ପରେ ପୁନର୍ବାର ସରକାର ଗଠନ ପାଇଁ ଦାବି କରିବେ।
National
ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍ପି
ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରୁ ଗୋଟିଏରେ ବି ଜିତି ପାରି ନାହିଁ ବିଏସ୍ପି। ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛି।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ମସଜିଦ ସର୍ଭେକୁ ବିରୋଧ କରି ବ୍ୟାପକ ପୋଡ଼ାଜଳା ମଧ୍ୟ ହୋଇଛି। ଏଥିରେ ଜଣେ ଏସ୍ପି, ଇନ୍ସ୍ପେକ୍ଟର ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।