ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି କଲା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ୨୦୧୮ ମସିହାରେ ତାଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବଦଳାଇ କେନ୍ଦ୍ର ସରକାର ଏହାକୁ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି। ୬୦ ବର୍ଷୀୟ ଶ୍ରୀ ମିଶ୍ର ହେଉଛନ୍ତି ୧୯୮୪ ବ୍ୟାଚ୍‌ ଆୟକର କ୍ୟାଡରର ଇଣ୍ଡିଆନ ରେଭିନ୍ୟୁ ସିର୍ଭିସ ଅଫିସର। ସେ ୨୦୧୮ ମସିହା ନଭେମ୍ବର ୧୯ରେ ଇଡିର […]

f

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 03:22 PM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ୨୦୧୮ ମସିହାରେ ତାଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବଦଳାଇ କେନ୍ଦ୍ର ସରକାର ଏହାକୁ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି।

୬୦ ବର୍ଷୀୟ ଶ୍ରୀ ମିଶ୍ର ହେଉଛନ୍ତି ୧୯୮୪ ବ୍ୟାଚ୍‌ ଆୟକର କ୍ୟାଡରର ଇଣ୍ଡିଆନ ରେଭିନ୍ୟୁ ସିର୍ଭିସ ଅଫିସର। ସେ ୨୦୧୮ ମସିହା ନଭେମ୍ବର ୧୯ରେ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଆସନ୍ତା ସପ୍ତାହରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। କାରଣ ଇଡି ନିର୍ଦ୍ଦେଶକ ଭାବେ ଜଣେ ବ୍ୟକ୍ତି ୨ ବର୍ଷ ହିଁ କାର୍ଯ୍ୟ କରିପାରିବେ।

କିନ୍ତୁ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗ ଏକ ସଂଶୋଧିତ ବିଜ୍ଞପ୍ତି ଜାରି କରି ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ସଂଶୋଧିତ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ପାଇବା ତାରିଖ ଠାରୁ ଇଡି ନିର୍ଦ୍ଦେଶକ ଏହି ପଦରେ ୩ ବର୍ଷ ଯାଏ କାର୍ଯ୍ୟ କରିବେ।

Related story