ଏବେ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀକୁଳ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏବେ ଚାଷୀଙ୍କ ଭୋଟ୍‌ ପାଇଁ କେନ୍ଦ୍ର ସରକାର ସିଧା ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯୋଜନା କରୁଛନ୍ତି। ଚାଷୀମାନେ ସିଧାସଳଖ ଟଙ୍କା ପାଇଲେ, ସେମାନଙ୍କ ବୋଝ ହାଲୁକା ହୋଇଯିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଏ ସମ୍ପର୍କରେ ଆସନ୍ତା ୧ ତାରିଖ ଦେଶର ବଜେଟ୍‌ ସମୟରେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ […]

f

Hemant Lenka
  • Published: Monday, 21 January 2019
  • , Updated: 21 January 2019, 07:30 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀକୁଳ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏବେ ଚାଷୀଙ୍କ ଭୋଟ୍‌ ପାଇଁ କେନ୍ଦ୍ର ସରକାର ସିଧା ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯୋଜନା କରୁଛନ୍ତି।

ଚାଷୀମାନେ ସିଧାସଳଖ ଟଙ୍କା ପାଇଲେ, ସେମାନଙ୍କ ବୋଝ ହାଲୁକା ହୋଇଯିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଏ ସମ୍ପର୍କରେ ଆସନ୍ତା ୧ ତାରିଖ ଦେଶର ବଜେଟ୍‌ ସମୟରେ ଘୋଷଣା କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଚାଷୀଙ୍କୁ ବିଭିନ୍ନ ପ୍ରକାରର ସବ୍‌ସିଡି ଆକାରରେ ମିଳୁଥିବା ଟଙ୍କା ସହ ଯନ୍ତ୍ରାଂଶ ଓ କୀଟନାଶକ ପାଇଁ ମିଳୁଥିବା ଟଙ୍କାକୁ ଏକାଠି କରି ଏହାକୁ ଚାଷୀଙ୍କ ପାଖକୁ ପଠାଇବେ।

ତେବେ ଏଥିପାଇଁ ବ୍ୟୟଭାର ୭୦ ହଜାର କୋଟି ଟଙ୍କା ମଧ୍ୟରେ ରହିବ। କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ବଜେଟ୍‌ ବେଳେ ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କ ପାଇଁ ୭୦ ହଜାର ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ।

ତେଣୁ କେନ୍ଦ୍ର ସରକାର ୭୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କୁ ସିଧାସଳଖ ଟଙ୍କା ଯୋଗାଇ ଦେବେ ବୋଲି ଏହି ସୂତ୍ର ପକ୍ଷରୁ କୁହାଯାଇଛି। ସେହିପରି ଏହି ଅତିରିକ୍ତ ବ୍ୟୟ ବରାଦ ଦେଶର ବିତ୍ତିୟ ନିଅଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ତେବେ ଏ ସମ୍ପର୍କରେ ଅର୍ଥମନ୍ତ୍ରଣାଳୟର ମୁଖପାତ୍ର ଡି.ଏସ୍‌ ମଲିକ ଏଯାଏ କୌଣସି ମତ ବା ପ୍ରତିକ୍ରିୟା ଦେଇ ନାହାନ୍ତି।

Related story