ମାଗଣାରେ ୩ କୋଟିଙ୍କୁ କରୋନା ଟିକା ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଥମ ଦଫାରେ ୩ କୋଟିଙ୍କୁ କରୋନା ଟିକା ମାଗଣାରେ ବାଣ୍ଟିବେ କେନ୍ଦ୍ର ସରକାର। ଏହି ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ କରୋନାର ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ପରିମଳ ବ୍ୟବସ୍ଥା ସହ ଜଡ଼ିତ ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି କରୋନା ଟିକାକରଣ ବ୍ୟବସ୍ଥା ସମ୍ପର୍କରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା […]

fc

Hemant Lenka
  • Published: Monday, 11 January 2021
  • , Updated: 11 January 2021, 05:46 PM IST

ନୂଆଦିଲ୍ଲୀ: ପ୍ରଥମ ଦଫାରେ ୩ କୋଟିଙ୍କୁ କରୋନା ଟିକା ମାଗଣାରେ ବାଣ୍ଟିବେ କେନ୍ଦ୍ର ସରକାର। ଏହି ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ କରୋନାର ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ପରିମଳ ବ୍ୟବସ୍ଥା ସହ ଜଡ଼ିତ ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଆଜି କରୋନା ଟିକାକରଣ ବ୍ୟବସ୍ଥା ସମ୍ପର୍କରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି, ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ହେବ। ପ୍ରଥମ ଦଫାରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାକୁ ଟିକା ଦିଆଯିବ। ଏହି ଟିକାକରଣ ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଭାରତ ସରକାର ପ୍ରଥମ ଦଫାରେ ଟିକା ନେବାକୁ ଥିବା ଲୋକଙ୍କ ପାଇଁ ସବୁ ଅର୍ଥ ଖର୍ଚ୍ଚ କରିବେ।

ଭାରତର ଟିକାକରଣ ପ୍ରକ୍ରିୟା ଉପରେ ବିସ୍ତୃତ ଭାବେ ସୂଚନା ଦେଇ ସେ କହିଛନ୍ତି, ଆଗାମୀ କିଛି ମାସ ମଧ୍ୟରେ ମୋଟ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଛି। ପ୍ରଥମ ଦଫାରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହି ୩ କୋଟି ଲୋକଙ୍କ ମଧ୍ୟରେ କୌଣସି ଜନପ୍ରତିନିଧି ରହିବେ ନାହିଁ।

ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ବହୁବିଧ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଟିକା ଦିଆଯିବ। ୧୬ରୁ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଦୁଇଟି ମେଡ୍‌ ଇନ୍‌ ଇଣ୍ଡିଆ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। କୋଭିଡ୍‌ ସମସ୍ୟା ଭିତରେ ଆମେ ସମସ୍ତେ ଏକାଠି ହୋଇ ଏହା ସହ ଲଢ଼େଇ କରିଥିଲେ।

ଏଥିପାଇଁ କରୋନା ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତ ଭଳି ଭାରତରେ କରୋନା ସେତେ ମାତ୍ରାରେ ବ୍ୟାପି ପାରି ନଥିଲା। ଏବେ ମଧ୍ୟ ଆମକୁ ଯତ୍ନବାନ ହୋଇ ଟିକାକରଣ କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ଭାରତ ବେଶ ସକାରାତ୍ମକ ଭାବେ ସବୁ ଜିଲ୍ଲାରେ କରୋନା ଟିକାର ଡ୍ରାଏରନ ଶେଷ କରିଛି।

ଟିକାକରଣ ବେଳେ ଯେମିତି ଗୁଜବ ପ୍ରଚାର ନ ହୁଏ ସେଥିପାଇଁ ରାଜ୍ୟ ଗୁଡ଼ିକ ସବୁ ପ୍ରକାରର ବ୍ୟବସ୍ଥା କରିବେ। ସୋଶାଲ ଓ ଧାର୍ମିକ ଗ୍ରୁପ୍‌କୁ ମଧ୍ୟ ଏଥିରେ ସାମିଲ କରାଯିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି।

ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହା ଉପରେ ମୋଦି କହିଛନ୍ତି, ବିଦେଶରେ ମିଳୁଥିବା କରୋନା ଟିକା ଅପେକ୍ଷା ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା ଟିକା ବେଶ ପ୍ରଭାବୀ। ବର୍ତ୍ତମାନ ଦୁଇଟି ଟିକାକୁ ଅନୁମତି ମିଳିଛି। ଆଗକୁ ଆହୁରି ୪ଟି ଟିକା ଅନୁମତି ପାଇବା ଅପେକ୍ଷାରେ ରହିଛନ୍ତି। ସମୟ ଓ ସ୍ଥିତିକୁ ଦୃଷ୍ଟିରେ ରଖି ଟିକା ପ୍ରସ୍ତୁତ ହୋଇଛି। ଏହା ଶତପ୍ରତିଶତ ସୁରକ୍ଷିତ ବୋଲି ମୋଦି କହିଛନ୍ତି।

Related story