ଇସ୍ତଫା କାର୍ଡ ଖେଳିଲା ବିଜେପିର ସହଯୋଗୀ ଜେଜେପି

ଚଣ୍ଡିଗଡ଼: ଚାଷୀଙ୍କୁ ମନେଇବା ପାଇଁ ଇସ୍ତଫା କାର୍ଡ ଖେଳିଛି ବିଜେପିର ହରିଆଣାର ସହଯୋଗୀ ଜେଜେପି। ବିଜେପି ଓ ଜେଜେପି ମିଳିତ ଭାବେ ହରିଆଣାରେ ସରକାର ଗଠନ କରିଛନ୍ତି। ଏଥିପାଇଁ ଜେଜେପିର ଦୁଷ୍ୟନ୍ତ ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି। ତେବେ ସେ ଆଜି ଏହି ପଦରୁ ଦରକାର ପଡ଼ିଲେ ଇସ୍ତଫା ଦେଇଦେବେ ବୋଲି କହି ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ସେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ କହିଛନ୍ତି ଯେ “ଆମ ଦଳର ଜାତୀୟ ସଭାପତି […]

rr

Hemant Lenka
  • Published: Friday, 11 December 2020
  • , Updated: 11 December 2020, 01:27 PM IST

ଚଣ୍ଡିଗଡ଼: ଚାଷୀଙ୍କୁ ମନେଇବା ପାଇଁ ଇସ୍ତଫା କାର୍ଡ ଖେଳିଛି ବିଜେପିର ହରିଆଣାର ସହଯୋଗୀ ଜେଜେପି। ବିଜେପି ଓ ଜେଜେପି ମିଳିତ ଭାବେ ହରିଆଣାରେ ସରକାର ଗଠନ କରିଛନ୍ତି। ଏଥିପାଇଁ ଜେଜେପିର ଦୁଷ୍ୟନ୍ତ ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି। ତେବେ ସେ ଆଜି ଏହି ପଦରୁ ଦରକାର ପଡ଼ିଲେ ଇସ୍ତଫା ଦେଇଦେବେ ବୋଲି କହି ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି।

ସେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ କହିଛନ୍ତି ଯେ “ଆମ ଦଳର ଜାତୀୟ ସଭାପତି ପୂର୍ବରୁ କହି ସାରିଛନ୍ତି ଯେ ଚାଷୀଙ୍କ ପାଇଁ ଏମଏସପି ବଳବତ୍ତର ରହିବ। କେନ୍ଦ୍ର ସରକାର ଚାଷୀଙ୍କୁ ପଠାଇଥିବା ପ୍ରସ୍ତାବରେ ଲିଖିତ ଭାବେ ଏମଏସପି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଯାଏ, ଚାଷୀଙ୍କୁ ଏମଏସପି ଯେମିତି ମିଳୁଥିବ, ତା’ର ବ୍ୟବସ୍ଥା କରିବି। ଚାଷୀଙ୍କ ଏମଏସପି କେବେ ହେଲେ ବନ୍ଦ ହେବନାହିଁ। ଯେଉଁଦିନ ମୁଁ ଚାଷୀଙ୍କୁ ଏମଏସପିକୁ ସୁରକ୍ଷା ଯୋଗାଇ ପାରିବି ନାହିଁ, ସେଦିନ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି।

ମୋର ଆଶା ଚାଷୀମାନେ ଏବେ ଆନ୍ଦୋଳନ ପ୍ରତ୍ୟାହାର କରିବେ। ସେମାନଙ୍କୁ ଭାବିବା ଦରକାର ଯେ କେନ୍ଦ୍ର ସରକାର ଏମଏସପି ଓ ଅନ୍ୟାନ୍ୟ ଦାବି ଉପରେ ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ରାଜି ଅଛନ୍ତି। ଏହା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କର ଏକ ବିରାଟ ବିଜୟ।”

ନୂଆ କୃଷି ଆଇନ ବିରୋଧରେ ସର୍ବପ୍ରଥମେ ପଞ୍ଜାବ ଓ ହରିଆଣାରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଶତାଧିକ ଚାଷୀ ଏକାଠି ହୋଇ ଦିଲ୍ଲୀ ଚଲୋ ଯାତ୍ରା ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେମାନେ ୧୬ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏଯାଏ ଚୁପ ରହିଥିବା ଦୁଷ୍ୟନ୍ତ ଚୌତଲା ଆଜି ହଠାତ୍‌ ଇସ୍ତଫା ଦେଇଦେବେ ବୋଲି କହି ଚାଷୀଙ୍କ ସହ ସିଏ ଅଛନ୍ତି ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଛନ୍ତି।

Related story