ପୀଡ଼ିତାଙ୍କ ଆତ୍ମହତ୍ୟାର ଦୁଇ ମାସ ପରେ ଚେଇଁଲା ଛତିଶଗଡ଼ ପୁଲିସ

ରାୟପୁର: ଦୁଷ୍କର୍ମ ମାମଲାକୁ ନେଇ ୟୁପି ସରକାର ଏବଂ ପ୍ରଶାସନ ଏବେ ଅଡ଼ୁଆରେ। ଏହାରି ଭିତରେ ଦୁଷ୍କର୍ମ ମାମଲାରେ ଛତିଶଗଡ଼ ପୁଲିସର ନିଷ୍କ୍ରିୟତା ସାମ୍ନାକୁ ଆସିଛି। ଦୁଇ ମାସ ତଳେ କୋଣ୍ଡାଗାଁଓ ଜିଲ୍ଲାରେ ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରିଥିବା ପୀଡ଼ିତାଙ୍କ ମାମଲାର ତଦନ୍ତ ଆରମ୍ଭ କରିଛି ଛତିଶଗଡ଼ ପୁଲିସ। ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି ଦୁଷ୍କର୍ମ ବାବଦରେ ପୁଲିସକୁ ଖବର ଦେଇଥିଲେ। ହେଲେ ପୁଲିସ କହିଛି ଏବେ ଏକ ଖବରକାଗଜର ରିପୋର୍ଟ ପଢ଼ି ତଦନ୍ତ ପାଇଁ ପ୍ରକ୍ରିୟା […]

Chhattisgarh Police

Subhransu Sekhar
  • Published: Thursday, 08 October 2020
  • , Updated: 08 October 2020, 12:05 PM IST

ରାୟପୁର: ଦୁଷ୍କର୍ମ ମାମଲାକୁ ନେଇ ୟୁପି ସରକାର ଏବଂ ପ୍ରଶାସନ ଏବେ ଅଡ଼ୁଆରେ। ଏହାରି ଭିତରେ ଦୁଷ୍କର୍ମ ମାମଲାରେ ଛତିଶଗଡ଼ ପୁଲିସର ନିଷ୍କ୍ରିୟତା ସାମ୍ନାକୁ ଆସିଛି। ଦୁଇ ମାସ ତଳେ କୋଣ୍ଡାଗାଁଓ ଜିଲ୍ଲାରେ ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରିଥିବା ପୀଡ଼ିତାଙ୍କ ମାମଲାର ତଦନ୍ତ ଆରମ୍ଭ କରିଛି ଛତିଶଗଡ଼ ପୁଲିସ। ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି ଦୁଷ୍କର୍ମ ବାବଦରେ ପୁଲିସକୁ ଖବର ଦେଇଥିଲେ। ହେଲେ ପୁଲିସ କହିଛି ଏବେ ଏକ ଖବରକାଗଜର ରିପୋର୍ଟ ପଢ଼ି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ପୀଡ଼ିତାଙ୍କ ପରିବାର କହିଛନ୍ତି, ଜୁଲାଇ ୧୮ରେ ତାଙ୍କ ଝିଅ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ତାପରଦିନ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଗାଁଠାରୁ ୨୫୦ କିଲୋମିଟର ଦୂରରେ ପୀଡ଼ିତାଙ୍କ ଶେଷକୃତ୍ୟ କରାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।

ପୁଲିସ କହିଛି ଏ ବାବଦରେ ପୁଲିସ କିଛି ଜାଣିନାହିଁ। ବୁଧବାର ଏକ ଖବର କାଗଜରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି, ସେ ଏ ବାବଦରେ ପୁଲିସକୁ ଜଣାଇଥିଲେ। ହେଲେ ପୁଲିସ ନିରବ ରହିଥିଲା।

ତେବେ ଖବର ପାଇବା ପରେ ଛତିଶଗଡ଼ ପୁଲିସ ତ୍ୱରିତ ପଦକ୍ଷେପ ନେଇ ତିନି ଜଣଙ୍କୁ ଅଟକ ରଖିଛି। ଏଥିସହ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି ବୋଲି ଛତିଶଗଡ ସରକାର କହିଛନ୍ତି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ବୟସ ପାଖାପାଖି ୧୭ ଥିଲା। ସେ ଗାଁ ପାଖରେ ଏକ ବାହାଘରରେ ଯୋଗ ଦେବା ପାଇଁ ଯାଇଥିଲେ। ସେହି ଦିନ ରାତି ୧୧ଟାରେ ଦୁଇ ଜଣ ପୁଅ ବଳପୂର୍ବକ ଏକ ପାଖ ଜଙ୍ଗଲକୁ ନେଇଯାଇଥିଲେ। ଏହି ସମୟରେ ପୂର୍ବରୁ ପାଞ୍ଚ ଜଣ ଥିଲେ। ଏହାପରେ ନାବାଳିକା ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହାର ପରଦିନ ପୀଡ଼ିତା ଜଣଙ୍କ ସକାଳେ ଘରକୁ ଆସିଥିଲେ। ଆଉ କାହାରିକୁ କିଛି ନକହି ଆତ୍ମହତ୍ୟା କରିଥିଲେ ବୋଲି ସୂଚନା ରହିଛି।

ଏହାକୁ ନେଇ ବିରୋଧୀ ବିଜେପି ମଧ୍ୟ ଛତିଶଗଡ଼ର କଂଗ୍ରେସ ସରକାରକୁ ଦାୟୀ କରିଛି। ମହିଳାଙ୍କୁ ସୁରକ୍ଷା ଦେବାରେ ଛତିଶଗଡର କଂଗ୍ରେସ ସରକାର ବିଫଳ ବୋଲି ବିଜେପି କହିଛି।

Related story