ବାଇକରେ ବୁଲିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: କାହାକୁ ଭେଟିଲେ, କ’ଣ କହିଲେ,ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Monday, 12 March 2018
  • , Updated: 12 March 2018, 05:20 PM IST
<p>ରାୟପୁର: ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳରେ ବାଇକରେ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ। ସୀମାନ୍ତ ଇଞ୍ଜରାମକୁ ଦିନିକିଆ ଗସ୍ତରେ ଆସି ସେ ସାଧାରଣ ସଭାରେ ଯୋଗ ଦେବା ସହ ଇଞ୍ଜରାମ-ଭେଜିକୁ କରୁଥିବା ୨୦ କିଲୋମିଟର ରାସ୍ତାକୁ ସହିଦ ଜଗଜିତ ସିଂ ମାର୍ଗ ନାମରେ ନାମକରଣ କରିଛନ୍ତି। ଏଥିସହ କିଛି ସୁରକ୍ଷାକର୍ମୀଙ୍କ ସହ ବାଇକରେ ସୁକମାରୁ କୋଣ୍ଟାକୁ ନିର୍ମାଣ ହୋଇଥିବା ଏନ୍ଏଚ୍ ୩୦ କଂକ୍ରିଟ ରୋଡ୍ ବୁଲି ଦେଖିଥିଲେ ରମଣ। ମାଓପ୍ରବଣ ଅଞ୍ଚଳରେ ବାଇକରେ ବୁଲି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ।</p>

Related story