ଦୁଇଟି କରୋନା ଟିକାର ବ୍ୟବହାର ପାଇଁ ମିଳିଲା ଅନୁମତି

ବେଜିଂ: କରୋନା ସଂକ୍ରମଣ ଭିତରେ ଚାଇନା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଚାଇନାରେ ପ୍ରସ୍ତୁତ ହେଉଥିବା ଦୁଇଟି କରୋନା ଟିକାର ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ଜରୁରୀ ପରିସ୍ଥିତିରେ ହିଁ ଏଗୁଡ଼ିକ ବ୍ୟବହାର ହୋଇପାରିବ। କାରଣ ଏହି ଦୁଇ ଟିକାର ମାନବ ପରୀକ୍ଷଣ ଶେଷ ହୋଇନାହିଁ। ସେହିପରି ଏହାକୁ ବିଧିବଦ୍ଧ ଭାବେ ପଞ୍ଜୀକରଣ ମଧ୍ୟ କରାଯାଇ ନାହିଁ। ତେବେ କେବଳ ଯେଉଁମାନେ କରୋନା ଭାଇରସରେ ସଂକ୍ରମଣ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି, […]

vb

vb

Hemant Lenka
  • Published: Monday, 24 August 2020
  • Updated: 24 August 2020, 05:37 PM IST

Sports

Latest News

ବେଜିଂ: କରୋନା ସଂକ୍ରମଣ ଭିତରେ ଚାଇନା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଚାଇନାରେ ପ୍ରସ୍ତୁତ ହେଉଥିବା ଦୁଇଟି କରୋନା ଟିକାର ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ଜରୁରୀ ପରିସ୍ଥିତିରେ ହିଁ ଏଗୁଡ଼ିକ ବ୍ୟବହାର ହୋଇପାରିବ। କାରଣ ଏହି ଦୁଇ ଟିକାର ମାନବ ପରୀକ୍ଷଣ ଶେଷ ହୋଇନାହିଁ। ସେହିପରି ଏହାକୁ ବିଧିବଦ୍ଧ ଭାବେ ପଞ୍ଜୀକରଣ ମଧ୍ୟ କରାଯାଇ ନାହିଁ।

ତେବେ କେବଳ ଯେଉଁମାନେ କରୋନା ଭାଇରସରେ ସଂକ୍ରମଣ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି, ସେମାନଙ୍କୁ ହିଁ ଏହି ଟିକା ଦିଆଯିବ ବୋଲି ସରକାର କହିଛନ୍ତି। ସେହିପରି ମେଡିକାଲ ସହମ୍ମତି ଫର୍ମ, ସାଇଡ ଇଫେକ୍ଟସ ମନିଟିରିଂ ପ୍ଲାନ, ବଞ୍ଚାଇବାର ଯୋଜନା, କ୍ଷତିପୂରଣ ବ୍ୟବସ୍ଥା କରାଯାଇ ହିଁ ଏହି ଟିକାର ପ୍ରୟୋଗ କରାଯିବ। ଯଦି ଟିକା ନେବା ପରେ କାହାର କିଛି ଅସୁବିଧା ହୁଏ, ତା’ହେଲେ ସ୍ଥିତି ଅନୁଯାୟୀ ପଦକ୍ଷେପ ନିଆଯିବ।

ଚାଇନାର କରୋନା ଭାଇରସ୍ ଭ୍ୟାକସିନ ଡେଭଲପମେଣ୍ଟ ଟାସ୍କଫୋର୍ସର ମୁଖ୍ୟ ଜେଙ୍ଗ ଜୋଙ୍ଗୱି କହିଛନ୍ତି, ଗୋଟିଏ ମାସ ପୂର୍ବରୁ ଚାଇନା ଆନୁଷ୍ଠାନିକ ଭାବେ ଜରୁରୀକାଳୀନ ଟିକାର ପ୍ରୟୋଗ ଆରମ୍ଭ କରିଥିଲା। ଯେଉଁମାନଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିଲା ସେମାନଙ୍କ ଶରୀରରେ ଜ୍ୱରକୁ ଛାଡ଼ି ଅନ୍ୟ କିଛି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥିଲା।

ଚାଇନାର ଟିକା ପରିଚାଳନା ଆଇନ ଅନୁଯାୟୀ, ଯେତେବେଳେ ଏକ ଗୁରୁତର ଜରୁରୀ ସ୍ୱାସ୍ଥ୍ୟ ପରିସ୍ଥିତି ଉପୁଜେ ସେତେବେଳେ ଟିକାକୁ ସୀମିତ ଲୋକଙ୍କ ଉପରେ ପରୀକ୍ଷା କରାଯାଇ ପାରିବ। ସେହିପରି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ, ସୀମା ଅଧିକାରୀ ଓ ଅନ୍ୟ ଜରୁରୀ କାଳୀନ ପରିସ୍ଥିତି କାମରେ ନିୟୋଜନ ଲୋକଙ୍କୁ ଏହି ଟିକା ଦିଆଯାଇ ପାରିବ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବିଦେଶ ଯାଉଥିବା ସରକାରୀ କର୍ମଚାରୀ ଓ ଡାକ୍ତରୀ କର୍ମଚାରୀଙ୍କୁ Sinopharm ପ୍ରସ୍ତୁତ କରିଥିବା ଦୁଇଟି ଟିକା ଦିଆଯାଇଥିଲା। ଏଥି ସହିତ ଏବେ Sinopharm ପ୍ରସ୍ତୁତ କରିଥିବା କରୋନା ଟିକାର ଫେଜ-୩ ଟ୍ରାଏଲ ପାଇଁ ପେରୁ, ମୋରୋକୋ ଓ ଆର୍ଜେଣ୍ଟିନା ସହିତ ଚୁକ୍ତି ମଧ୍ୟ ହୋଇଛି।

ଆସନ୍ତା ମାସରେ ଫୁଡ ମାର୍କେଟ, ପରିବହନ ବ୍ୟବସ୍ଥା ଓ ବିଭିନ୍ନ ଜୁରୁରୀ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ଟିକା ଦେବା ପାଇଁ ଯୋଜନା ଚାଲିଛି। ଅଗଷ୍ଟ ୧୩ରେ Sinopharm ପ୍ରସ୍ତୁତ କରିଥିବା ଦୁଇଟି ଟିକା ମଧ୍ୟରୁ ଗୋଟିଏର ଫେଜ-୧ ଓ ଫେଜ୍‌-୨ ଟ୍ରାଏଲ ଶେଷ ହୋଇଥିବା ଚାଇନା ପକ୍ଷରୁ ଦାବି କରାଯାଇଥିଲା।

ଏଥିରେ କୁହାଯାଇଥିଲା ଯେ ଫେଜ-୧ ଓ ଫେଜ-୨ରେ ସାମିଲ ହୋଇଥିବା ଲୋକାମାନେ ଟିକା ନେବା ପରେ ସେମାନଙ୍କ ଶରୀରରେ କୌଣସି ସାଂଘାତିକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା କରୋନା ଭାଇସର ସମସ୍ତ ଷ୍ଟ୍ରେନ ସହ ଏହି ଟିକା ଲଢ଼ିବାକୁ ପ୍ରସ୍ତୁତ ରହିଛି।

Sinopharm ମୁଖ୍ୟ ୟାଙ୍ଗ ଜିଆଓମିଙ୍ଗ କହିଛନ୍ତି, ଆମେ Sinopharm ପ୍ରସ୍ତୁତ କରିଥିବା ଟିକାକୁ ୟୁଏଇରେ ପ୍ରାୟ ୨୦ ହଜାର ଲୋକଙ୍କ ଉପରେ ପ୍ରୟୋଗ କରିଥିଲୁ। ଟିକା ନେବା ପରେ ସେମାନେ ସୁସ୍ଥ ରହିଛନ୍ତି। ଏବେ ସେଗୁଡ଼ିକ ପ୍ରଭାବ ଦେଖିବାକୁ ମିଳିଛି। ତେଣୁ ଖୁବଶୀଘ୍ର ଚାଇନା କରୋନା ଟିକା ବାହାର କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story