ଏଲଏସି ନିକଟରେ ଚାଇନାର ୬୦ ହଜାର ସେନା: ପୋମ୍ପିଓ

ନ୍ୟୁୟର୍କ: ଚାଇନା ସହିତ ଭାରତର ତିକ୍ତତା ବଢ଼ି ଚାଲିଛି। ଏଲଏସିକୁ ନେଇ ସୀମାରେ ସ୍ଥିତି କାଗଜ କଲମରେ ନିୟନ୍ତ୍ରଣ ରହିଛି। ହେଲେ ସ୍ଥିତି କିନ୍ତୁ ଓଲଟା। ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି, ଭାରତ ସୀମାରେ ଚାଇନା ୬୦ ହଜାରରୁ ଅଧିକ ସେନା ମୁତୟନ କରିଛି। ତେବେ ଭାରତ ସରକାର ଏବାବଦରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଟୋକିଓରେ କ୍ୱାଡ ବୈଠକରେ ଯୋଗ ଦେଇ ସ୍ୱଦେଶ ଫେରିବା ପରେ ପୋମ୍ପିଓ ଏହା କହିଛନ୍ତି। ଟୋକିଓରେ […]

mike-pompeo

Subhransu Sekhar
  • Published: Saturday, 10 October 2020
  • , Updated: 10 October 2020, 01:15 PM IST

ନ୍ୟୁୟର୍କ: ଚାଇନା ସହିତ ଭାରତର ତିକ୍ତତା ବଢ଼ି ଚାଲିଛି। ଏଲଏସିକୁ ନେଇ ସୀମାରେ ସ୍ଥିତି କାଗଜ କଲମରେ ନିୟନ୍ତ୍ରଣ ରହିଛି। ହେଲେ ସ୍ଥିତି କିନ୍ତୁ ଓଲଟା। ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି, ଭାରତ ସୀମାରେ ଚାଇନା ୬୦ ହଜାରରୁ ଅଧିକ ସେନା ମୁତୟନ କରିଛି। ତେବେ ଭାରତ ସରକାର ଏବାବଦରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଟୋକିଓରେ କ୍ୱାଡ ବୈଠକରେ ଯୋଗ ଦେଇ ସ୍ୱଦେଶ ଫେରିବା ପରେ ପୋମ୍ପିଓ ଏହା କହିଛନ୍ତି। ଟୋକିଓରେ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ବୈଠକରେ ସେ ଯୋଗ ଦେଇଥିଲେ।

ପୋମ୍ପିଓ କହିଛନ୍ତି, କ୍ୱାଡ୍ ଦେଶ ଲୋକେ ବୁଝନ୍ତି ଯେ ଆମେ ଦୀର୍ଘ ସମୟ ଧରି ଏହାକୁ ଅଣଦେଖା କରୁଛୁ। ଦଶନ୍ଧି ଧରି ପାଶ୍ଚାତ୍ୟ ଦେଶଗୁଡିକ ଚୀନ୍ କମ୍ୟୁନିଷ୍ଟ ପାର୍ଟିକୁ ପ୍ରାଧାନ୍ୟ ଦେବାକୁ ଅନୁମତି ଦେଲେ। ଏହାରି ଭିତରେ ଚାଇନା ନିଜର ବିସ୍ତାରବାଦୀ ଚିନ୍ତାଧାରାକୁ ବଢ଼ାଇ ଚାଲିଛି।

ଅନ୍ୟ ଏକ ସାକ୍ଷାତକାରରେ ପୋମ୍ପିଓ କହିଛନ୍ତି ଯେ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଦିଆଯାଇଥିବା ବିପଦକୁ କ୍ୱାଡ ଦେଶମାନେ ଏକଜୁଟ ହୋଇ ମୁକାବିଲା କରିପାରିବେ। ଚାଇନାର ଉତ୍ତର-ପୂର୍ବ ଅଞ୍ଚଳରେ ଚାଇନା ସହିତ ଭାରତର ତିକ୍ତତା ବଢୁଛି। ଚାଇନା ବର୍ତ୍ତମାନ ଭାରତର ଉତ୍ତର ସୀମାରେ ବହୁ ସଂଖ୍ୟକ ସାମରିକ ବାହିନୀ ମୁତୟନ କରିବା ଆରମ୍ଭ କରିଛି।

ମେ ମାସ ଆରମ୍ଭରୁ ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିଛି। ଉଭୟ ପକ୍ଷରୁ ବିବାଦର ସମାଧାନ ପାଇଁ କୂଟନୀତିକ ଏବଂ ସାମରିକ ସ୍ତରର ଆଲୋଚନା ଅନେକ ଥର ଅନୁଷ୍ଠିତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ସମାଧାନ ହୋଇନି।

Related story