'ପାଙ୍ଗଙ୍ଗରେ ଅତ୍ୟାଧୁନିକ ଅସ୍ତ୍ର ମୁତୟନ କଲା ଡ୍ରାଗନ୍'

ଗୁଲଓ୍ୱାନ: ଚୀନ କଥା ଉପରେ ଭରସା ନାହିଁ! ଭାରତ ସରକାର ଆଗରେ କହୁଛି ଗୋଟିଏ, କାମରେ କିନ୍ତୁ ଅଲଗା। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପାଙ୍ଗଙ୍ଗ ଅଞ୍ଚଳରେ ଚୀନ୍ ନିଜର ସବୁଠୁ ବଡ଼ ଅତ୍ୟାଧୁନିକ ତୋପକୁ ମୁତୟନ କରିଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣିବା ପାଇଁ ଚୀନ୍ ଏବଂ ଭାରତ ପ୍ରତିଦିନ ବୈଠକ କରୁଛନ୍ତି। ଏଭଳି ଦୋମୁହାଁ ଆଭିମୁଖ୍ୟ ରଖୁଥିବା ଚୀନର ପାଙ୍ଗଙ୍ଗରେ ସାମରିକ ଶକ୍ତି ବୃଦ୍ଧି ହେବା ପରେ ବେଜିଂ ଆଡ଼ୁ […]

China-artilary-guns (1)

Subhransu Sekhar
  • Published: Saturday, 25 July 2020
  • , Updated: 25 July 2020, 07:24 PM IST

ଗୁଲଓ୍ୱାନ: ଚୀନ କଥା ଉପରେ ଭରସା ନାହିଁ! ଭାରତ ସରକାର ଆଗରେ କହୁଛି ଗୋଟିଏ, କାମରେ କିନ୍ତୁ ଅଲଗା। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପାଙ୍ଗଙ୍ଗ ଅଞ୍ଚଳରେ ଚୀନ୍ ନିଜର ସବୁଠୁ ବଡ଼ ଅତ୍ୟାଧୁନିକ ତୋପକୁ ମୁତୟନ କରିଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣିବା ପାଇଁ ଚୀନ୍ ଏବଂ ଭାରତ ପ୍ରତିଦିନ ବୈଠକ କରୁଛନ୍ତି। ଏଭଳି ଦୋମୁହାଁ ଆଭିମୁଖ୍ୟ ରଖୁଥିବା ଚୀନର ପାଙ୍ଗଙ୍ଗରେ ସାମରିକ ଶକ୍ତି ବୃଦ୍ଧି ହେବା ପରେ ବେଜିଂ ଆଡ଼ୁ ନୂଆଦିଲ୍ଲୀକୁ ବିପଦ ନଥିବା ଭାବିବା ମୂର୍ଖାମି ହେବ।

ଭାରତରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ଚୀନ୍ ପାଙ୍ଗଙ୍ଗ ଅଞ୍ଚଳରେ ଫିଙ୍ଗର ୬ ଏବଂ ଫିଙ୍ଗର ୭ ମଧ୍ୟରେ ଏହାର ପିଏଲସି ୧୮୧ ବନ୍ଧୁକ ବା ତୋପ ମୁତୟନ କରିଛି। ଏହି ତୋପ ନିୟୋଜିତ କରିବାର ଉଦ୍ଦେଶ୍ୟ ହେଲା ଫିଙ୍ଗର ୪ ପାହାଡ ଉପରେ ଥିବା ଚୀନ୍ ସେନାଙ୍କ ସ୍ଥିତିକୁ ସୁରକ୍ଷିତ ରଖିବା ସହିତ ଭାରତକୁ ଭୟଭୀତ କରିବା।

ଏହି ତୋପର କ୍ଷମତା ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ରହିଥିବା ସୂଚନା ରହିଛି। ଏହାର ଓଜନ ପ୍ରାୟ ୨୦-୨୨ ଟନ୍, ଯାହା ପାହାଡିଆ ଅଞ୍ଚଳ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହି ତୋପ ଗୋଟିଏ ମିନିଟରେ ୪-୫ ରାଉଣ୍ଡ ଗୁଳି ବାହାରି ପାରିବ। ଏହି ବନ୍ଧୁକ ଭାରୀଯାନ ଦ୍ୱାରା ପରିଚାଳିତ ହୁଏ। ଚୀନ Y-୨୦ ପରିବହନକାରୀ ବିମାନ ଏବଂ ଅନ୍ୟାନ୍ୟ ପରିବହନକାରୀ ବିମାନ ସହାୟତାରେ ଏହି ବିମାନକୁ ଆଣିଛି।

ସେହିପରି ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ଚୀନ୍ ପୂର୍ବ ଲଦାଖର ଗଭୀର ଅଞ୍ଚଳରେ ୪୦,୦୦୦ ପିଏଲଏ ସେନା ମୁତୟନ ଜାରି ରଖିଛି।

Related story