ଜାତିସଂଘରେ ମିଛ କହିଲେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍!

ବେଜିଂ: ଲଦାଖ, ଦକ୍ଷିଣ ଚୀନ ସମୁଦ୍ର ଏବଂ ବିଭିନ୍ନ ଦେଶର ସୀମାରେ ଚୀନ୍ ସେନା ଏବେ ଠୁଳ ହୋଇଛନ୍ତି। ନିକଟରେ ଚୀନ୍ ଗୁପ୍ତଚର ଭାରତର ଜଣେ ସାମ୍ୱାଦିକଙ୍କ ଜରିଆରେ ପ୍ରତିରକ୍ଷ ବିଭାଗ ଜରିଆରେ ସମ୍ୱେଦନଶୀଳ କାଗଜପତ୍ର ନେଉଥିବା ଜଣାପଡ଼ିଛି। ଏହାରି ଭିତରେ ଜାତିସଂଘରେ ଉପସ୍ଥିତ ରହି ଚାନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ କହିଛନ୍ତି ତାଙ୍କ ଦେଶ କୌଣସି ଦେଶ ସହିତ ଶୀତଳ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁନାହିଁ। ଏମିତିକି ଚୀନର ଲକ୍ଷ୍ୟ ମଧ୍ୟ ଏଭଳି କିଛି ନାହିଁ […]

xing ping china

Subhransu Sekhar
  • Published: Tuesday, 22 September 2020
  • , Updated: 22 September 2020, 09:57 PM IST

ବେଜିଂ: ଲଦାଖ, ଦକ୍ଷିଣ ଚୀନ ସମୁଦ୍ର ଏବଂ ବିଭିନ୍ନ ଦେଶର ସୀମାରେ ଚୀନ୍ ସେନା ଏବେ ଠୁଳ ହୋଇଛନ୍ତି। ନିକଟରେ ଚୀନ୍ ଗୁପ୍ତଚର ଭାରତର ଜଣେ ସାମ୍ୱାଦିକଙ୍କ ଜରିଆରେ ପ୍ରତିରକ୍ଷ ବିଭାଗ ଜରିଆରେ ସମ୍ୱେଦନଶୀଳ କାଗଜପତ୍ର ନେଉଥିବା ଜଣାପଡ଼ିଛି। ଏହାରି ଭିତରେ ଜାତିସଂଘରେ ଉପସ୍ଥିତ ରହି ଚାନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ କହିଛନ୍ତି ତାଙ୍କ ଦେଶ କୌଣସି ଦେଶ ସହିତ ଶୀତଳ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁନାହିଁ। ଏମିତିକି ଚୀନର ଲକ୍ଷ୍ୟ ମଧ୍ୟ ଏଭଳି କିଛି ନାହିଁ ବୋଲି ଜୀନ୍ ପିଙ୍ଗ୍ କହିଛନ୍ତି।

ମିଳିତ ଜାତିସଂଘର ସାଧାରଣ ସଭାର ଭିଡ଼ିଓ କନଫରେନସିଂ ସମ୍ବୋଧିତ କରିବାବେଳେ ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ହେଉଛି ବିଶ୍ୱର ସର୍ବବୃହତ ବିକାଶଶୀଳ ଦେଶ। ଚୀନ ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ, ସାଧାରଣ ବିକାଶ ପାଇଁ ପ୍ରତିବଦ୍ଧ।

ମିଳିତ ଜାତିସଂଘ ସାଧାରଣ ସଭାର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ଜିନପିଙ୍ଗ ଯୋଗ ଦେଇ ଏଭଳି କହିଛନ୍ତି। ଏଭଳି କହି ଚୀନ୍ ବିରୋଧରେ ଆସିଥିବା ଅଭିଯୋଗକୁ ମୁକ୍ତି ପାଇଁ ଜାତିସଂଘରେ ଏଭଳି ଚିକଣିଆ ମନ୍ତବ୍ୟ ଦେଇଥିବା ଦେଖବାକୁ ମିଳିଛି।

ତେବେ ଜିନ୍ ପିଙ୍ଗ କହିବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କରୋନା ଭାଇରସ ମହାମାରୀ ନେଇ ଜିଙ୍ଗପିଙ୍ଗକୁ ମୁହଁରେ ସମାଲୋଚନା କରିଥିଲେ। ଟ୍ରମ୍ପ କହିଛନ୍ତି, “ଆମେ ସେହି ରାଷ୍ଟ୍ରକୁ ଉତ୍ତରଦାୟୀ କରିବା ଉଚିତ୍, ଯିଏ ଏହି ମହାମାରୀକୁ ବିଶ୍ୱକୁ ଦେଇଛି।

Related story